ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଶ୍ବର ବିଭିନ୍ନ ଦେଶରେ ଦୃତ ଗତିରେ ବ୍ୟାପିବାରେ ଲାଗିଛି ଓମିକ୍ରନ ଭୁତାଣୁ। ଦିନ ପ୍ରତିଦିନ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଛି ।ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ପରେ ହଂଙ୍କଂ ରୁ ଚିହ୍ନଟ ହୋଇଥିବା କୋଭିଡ଼ ର ଏହି ନୂତନ ଭାରିଆଣ୍ଟ ଓମିକ୍ରନ ବିଶ୍ଵର ୯୦ ରୁ ଅଧିକ ଦେଶରେ ବ୍ୟାପି ସାରିଛି ।ତେବେ,ଏହାର ଭୟାଭୟ ପରିଣତି ଓ ନିଦାନ ସମ୍ପର୍କରେ ବିଶେଷଜ୍ଞ ମାନେ ସଠିକ୍ ଆକଳନ କରିପାରି ନାହାନ୍ତି।ଅନ୍ୟପକ୍ଷରେ ,ଭାରତରେ ମଧ୍ୟ ଓମିକ୍ରନ ସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି।ଦେଶରେ ଗୋଟିଏ ସପ୍ତାହରେ ଦୃତ ଗତିରେ ସଂକ୍ରମଣ ବ୍ୟାପି ବର୍ତମାନ ୩୪୧ ରେ ପହଞ୍ଚିଲାଣି।ବୁଧବାର ଦିନ ଓମିକ୍ରନ ୨୦୦ ପାର କରିଥିବାବେଳେ ମାତ୍ର ଦୁଇ ଦିନରେ ଏହି ସଂଖ୍ୟା ତିନି ଶହ ପାର କରିଛି।ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚିନ୍ତା ପ୍ରକଟ କରିଛନ୍ତି।
ସୂଚନାଯୋଗ୍ୟଯେ ବୁଧବାର ଦିନ ଓମିକ୍ରନ ର ୪୪ ଟି ମାମଲା ଚିହ୍ନଟ ହୋଇଥିବାବେଳେ ଗୁରବାରଦିନ ସର୍ବାଧିକ ୮୪ ଟି ମାମଲା ଚିହ୍ନଟ ହୋଇଥିଲା।ସବୁଠାରୁ ଅଧିକ ମାମଲା ତାମିଲନାଡୁର ଚିହ୍ନଟ ହୋଇଥିଲା।ସେଠାରେ ଗୁରୁବାର ଦିନ ଏକାବେଳକେ ୩୩ ଟି ମାମଲା ଚିହ୍ନଟ ହୋଇଥିଲା।ସେହିଭଳି ମହାରାଷ୍ଟ୍ର ରୁ ୨୩, କର୍ଣ୍ଣାଟକ ରୁ ୧୨,ଗୁଜରାଟ ଓ ଦିଲୀ ରୁ ୭ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସର୍ବାଧିକ ଓମିକ୍ରନ ଚିହ୍ନଟ ସଂଖ୍ୟା ହିସାବରେ ମହାରାଷ୍ଟ୍ର ରେ ମୋଟ୍ ୮୮ ଥିବାବେଳେ ଦ୍ଵିତୀୟରେ ଦିଲ୍ଲୀ ରେ ୬୪,ତେଲେଙ୍ଗାନା ରେ ୩୮ ଓ ତାମିଲନାଡୁ ରେ ୩୪ ଥିବା ଜଣାପଡିଛି।ତେବେ,ସଂକ୍ରମିତ ଙ୍କ ଠାରେ ବିଶେଷ କିଛି ଗମ୍ଭୀର ଲକ୍ଷଣ ଦେଖା ଯାଉ ନ ଥିବା ବିଶେଷଜ୍ଞ ମାନେ କହିଛନ୍ତି।
ଅଧିକାଂଶ ଘରେ ରହି ଚିକିତ୍ସିତ ହେଉଥିବା ବେଳେ କିଛି ଜଣଙ୍କୁ ହସପିଟାଲରେ ଭର୍ତି କରାଯାଇଛି। ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନେକ ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଲାଗୁ କରାଯାଇଛି।ତେଣୁ ଚଳିତ ବର୍ଷ ମଧ୍ୟ ଖ୍ରୀଷ୍ଟମାସ ଓ ନୂଆଁ ବର୍ଷ ସେଲିବ୍ରେସନ୍ ଫିକା ପଡିବାର ସମ୍ଭାବନା ରହିଛି।ଅନ୍ୟପକ୍ଷରେ ଗୁରୁବାରଦିନ ଓଡ଼ିଶାରେ ଆହୁରି ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ସଂଖ୍ୟା ୪ ରେ ପହଞ୍ଚିଛି।ନାଇଜେରିଆ ରୁ ଖୋର୍ଦ୍ଧା ଫେରିଥିବା ଦୁଇଜଣ ଶିଶୁ ଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥିବାରୁ ସେମାନେ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲ ରେ ଭର୍ତି ହୋଇ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମା ଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରି ଥିବା ସରକାରୀ ସୂତ୍ରରୁ ପ୍ରକାଶ।