ବୌଦ୍ଧ:(ଚିତ୍ତ ରଂଜନ ସିଂ)ସ୍ୱୟଂ ସହାୟକ ଗୋଷ୍ଠୀ ର ନେତ୍ରୀ ମାନଙ୍କ ପାଇଁ ବିଭିନ୍ନ ସରକାରୀ ବିଭାଗ ର ଯୋଜନା ଗୁଡିକ ଉପରେ ତାଲିମ ଶିବିର ଆୟୋଜିତ କରା ଯାଇଛି। ତିନୋଟି ବ୍ଲକ ର ମୋଟ 9 ଜଣ ମହାସଂଘ ସଦସ୍ୟା ଙ୍କୁ ତାଲିମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ବୌଦ୍ଧ ରେ ପି ଡି, ଡିଆରଡିଏ ଶ୍ରୀ ଅଶ୍ୱିନୀ ମେହେରଙ୍କ ଙ୍କ ଅଧ୍ୟକ୍ଷତା ରେ ଓ ବିଭିନ୍ନ ସରକାରୀ ବିଭାଗ ର ଉପସ୍ଥିତି ରେ ଆୟୋଜନ ଦିଆ ଯାଇଛି।
ଏହି ଶିବିର ରେ ଜିଲ୍ଲା ର କୃଷି ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ବିଭାଗ, ଉଦ୍ୟାନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ପଞ୍ଚାୟତିରାଜ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ବିଭିନ୍ନ ବିଭାଗ ର ଯୋଜନା ଗୁଡିକ ବିଷୟ ରେ ପ୍ରଶିକ୍ଷଣ ଦେଇଥିଲେ। ଏହା ପରେ ଏହି ମହାସଂଘ ସଦସ୍ୟା ମାନେ ବ୍ଲକ ସ୍ତରରେ ପଞ୍ଚାୟତ ସ୍ତରୀୟ ମହାସଂଘ ସଦସ୍ୟା ମାନଙ୍କୁ ଏହି ବିଷୟ ରେ ପ୍ରଶିକ୍ଷଣ ଦେବେ ଓ ତତପାଶ୍ଚାତ୍ ଗ୍ରାମୀଣ ସ୍ତର ରେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ।
ଜିଲ୍ଲା ସ୍ତରୀୟ ଏହି ତାଲିମ ଶିବିର ଡି ପି ସି ମିଶନ ଶକ୍ତି, ଶ୍ରୀ ଦେବଦତ୍ତ ମିଶ୍ର, ଡିପିଏମ ଓଡିଶା ଅଜୀବିକା ମିଶନ, ଶ୍ରୀ ଫ୍ରାନସିସ ବାର୍ଲା ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ବ୍ଲକ ସ୍ତରୀୟ ମିଶନ ଶକ୍ତି କର୍ମକର୍ତା ଓ ସିଡିପିଓ ବୌଦ୍ଧ ଓ ହରଭଙ୍ଗା ଉପସ୍ଥିତ ଥିଲେ।