ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ସ୍ଵାସ୍ଥ୍ୟସେବା, ରୋଗୀ ନିକଟରେ ପହଞ୍ଚିବେ ଡାକ୍ତର ଗୁରୁତର ରୋଗୀ ଅସୁବିଧାର ସମ୍ମୁଖିନ ହେବେନାହିଁ ଏହି ଉଦ୍ଧେଶ୍ୟରେ ଡିସେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା “ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା” ଉଦ୍ଘାଟିତ ହୋଇଯାଇଛି।ଓଡ଼ିଶାର ସବୁ ଜିଲ୍ଲାରେ (BSKY)ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ପରେ ଏହା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନବୀନ ସରକାରଙ୍କ ଆହୁରି ଏକ ବଡ଼ ପଦକ୍ଷେପ ।ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ପ୍ରଥମେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି , ନବରଙ୍ଗପୁର,କଳାହାଣ୍ଡି ଓ ନୂଆପଡା ୪ଟି ଜିଲ୍ଲାରେ ଆରମ୍ଭ କରିଛନ୍ତି ।
ଏହି ଯୋଜନାରେ ସାଧାରଣ ଜନତା ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଲାଭ କରିପାରିବା ସହ ଓଡ଼ିଶାର ବିଭିନ୍ନ ମେଡ଼ିକାଲ୍ କଲେଜ ଓ କର୍ପୋରେଟ ହସ୍ପିଟାଲ୍ ର ସୁନାମଧନ୍ୟ ଡାକ୍ତର ମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହି ୪ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ରୋଗୀ ମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସକ୍ଷମ ହେବେ।ଏଥିସହ ଗୁରୁତର ଅବସ୍ଥାରେ ଥିବା ରୋଗୀ ମାନଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିମାନ ଯୋଗେ ରାଜ୍ୟର ବଡ଼ ହସ୍ପିଟାଲ୍ ମାନଙ୍କୁ ନିଆଯାଇପାରିବ।ଏହି ୪ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ବିଶେଷକରି ହୃଦରୋଗ,ଶ୍ନାୟୁରୋଗ,କିଡନୀ ଓ ମୂତ୍ରାଶୟ ରୋଗରେ ପୀଡିତ ସୁପର ସ୍ପେଶିଆଲିଟି ସ୍ବାସ୍ଥ୍ୟସେବା ଆବଶ୍ୟକ କରୁଥିବା ରୋଗୀ ମାନଙ୍କ ଚିକିତ୍ସା ସକାଶେ ଜିଲ୍ଲା ଚିକିତ୍ସାଳୟ ମାନଙ୍କ ଉନ୍ନତି କରଣ କରାଯିବ।ଅପରେସନ ଦରକାର ପଡୁଥିବା ରୋଗୀମାନଙ୍କୁ ଜିଲ୍ଲା ହସ୍ପିଟାଲ୍ କୁ ଅଣାଯିବା
ଏହି ଯୋଜନାରେ ରୋଗୀ ମାନଙ୍କ ଚିକିତ୍ସା ସକାଶେ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ମିଳିଛି।ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଏହାଦ୍ବାରା ଯୋଜନାଭୁକ୍ତ ୪ଟି ଜିଲ୍ଲାର ଗରିବ ଜନସାଧରଣ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି।ସୁଚନା ଯୋଗ୍ୟଯେ ବର୍ତ୍ତମାନ ଭିତ୍ତିଭୂମି ର ଅଭାବ ଯୋଗୁଁ ଏହି ଜିଲ୍ଲାର ରୋଗୀ ମାନେ ନିଜସ୍ୱ ଖର୍ଚ ରେ କଟକ, ଭୁବନେଶ୍ବର, ସମେତ ରାଜ୍ଯ ବାହାର ଡାକ୍ତରଖାନା କୁ ଯାଇ ବହୁ ଖର୍ଚ୍ଚାନ୍ତ ହେବାସହ ବିଭନ୍ନ ସମୟରେ ଉଭୟ ଧନ ଜୀବନ କ୍ଷତି ସହୁଥିବା ନଜିର ରହିଛି। ଏହି ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ,ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,୫ଟି ସଚିବ ଭି.କେ.ପାଣ୍ଡିୟାନ୍ ତଥା ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।