ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦଳିତ ମହିଳା ପରିବାରଙ୍କ ଧାରଣା

355 0

କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଥାନା ଅଧୀନରେ ଥିବା ହାଡ଼ିଗୁଡା ପଂଚାୟତ ର ସାକରାଖଲ ଗ୍ରାମର ଏକ ଦଳିତ ପରିବାର ଗତ ତା ୧୫/୧୨/୨୦୨୧ ରିଖ ଠାରୁ ଆଜି ପର୍ଯ୍ୟନ୍ତ କାଶୀପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।ମହିଳାଙ୍କ ନାମ ବସନ୍ତି ତୁରୁକ, ସେ ଲେଖିଥିବା ଓ ଦେଇଥିବା ବୟାନ ଅନୁଯାୟୀ ଆଜକୁ ପ୍ରାୟ ୧୨ବର୍ଷହେଲା ଉତ୍କଳ ଆଲୁମିନା କାରଖାନା ଦରାଗୁଡ଼ା ମହିଳାଙ୍କ ୧୬ ଡିଶମିଲ ଜମି ଜର ଜବରଦସ୍ତ କରି ନିଜ ଦଖଲରେ ନେଇଛି।ମହିଳାଙ୍କ କହିବା ଅନୁଯାୟୀ ସେ ଏବଂ ତାଙ୍କ ପରିବାର ବାରମ୍ବାର ଉତ୍କଳ ଆଲୁମିନା କାରଖାନାକୁ ସୁଚାରୁ ରୂପେ ଜଣାଇଛନ୍ତି,ଓ ପ୍ରତିବାଦ ମଧ୍ୟ କରିଛନ୍ତି।

କମ୍ପାନୀ ଏହି ଜମି ଉପରେ ପାଚେରୀ ନିର୍ମାଣ ସମୟରେ ମହିଳାଙ୍କୁ ଶାରୀରିକ ଓ ମାନସିକ ପ୍ରତାରଣା ଦେଇଛନ୍ତି ଓ ରାସ୍ତା ଉପରେ ସର୍ବସାଧରଙ୍କ ସମ୍ବୁଖରେ ବୈମାତୃକ ଭାବନାରେ ଉତ୍କଳ ଆଲୁମିନା କର୍ମଚାରୀ ତାଙ୍କ ପିନ୍ଧିଥିବା ଶାଢ଼ୀ, ଲୁଗା ପଟା ଟଣା ଓଟରା କରିଥିଲା ଓ ଉଲଗ୍ନ କଲାଭଳି ପରିସ୍ଥିତି ଉପୁଜାଇଥିଲେ।ଉକ୍ତ ଘଟଣାରେ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ଜାତିଆଣ ଭେଦ ଭାବ ରେ ଗାଳିଗୁଲଜ ଓ ମାଡ ମାରିଥିବା ର ବାସନ୍ତୀ ତୁରୁକ କହିଛନ୍ତି।ଏହି ମାମଲାକୁ ଏହି ପରିବାର ବିଭିନ୍ନ ସମୟରେ ଟିକିରି ପୋଲିସ ଓ ଦରାଗୁଡା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି କିନ୍ତୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷପ ନିଆଯାଇଛି ନାହିଁ।ଦଳିତ ପରିବାର ପକ୍ଷରୁ ମାନ୍ୟବର ଉଚନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ମାମଲାରେ ମାନ୍ୟବର ଉଚନ୍ୟାୟଳୟ ପାଚେରୀ ନିର୍ମାଣାକୁ ବିରୋଧ କରି ଏକ ସ୍ଥଗିତ ପତ୍ର ଜାରି କରିଥିଲେ,କିନ୍ତୁ କମ୍ପାନୀର ବୈମାତୃତିକ ଭାବନା ହେତୁ ଉକ୍ତ ଆଦେଶ ପତ୍ର କୁ ବେଖାତିର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ।ରାୟଗଡା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଆଜକୁ ୫ଦିନ ହେଲା ଧାରଣାରେ ଭକ ଉପାସରେ ବସିଛନ୍ତି ।କାଶୀପୁର ତହସିଲଦାର କିନ୍ତୁ କହୁଛନ୍ତି କି, ପୁରୁଣା ମ୍ୟାପ ଓ ପୁରୁଣା ସ୍ୟାଟେଲମେଣ୍ଟ ଅନୁଯାଇ ନୁହେଁ, ବର୍ତମାନ ନୂଆ ମ୍ୟାପ ଓ ସ୍ୟାଟେଲମେଣ୍ଟ ଅନୁଯାୟୀ ତାଙ୍କ ଜାଗା ଆଉଜଣେ ବ୍ୟକ୍ତିଙ୍କ ସ୍ଥାନରେ ଥିବା ଦର୍ଶାଇଛନ୍ତି ବୋଲି ପରିବାର ପକ୍ଷରୁ ଦର୍ଶାଇଛନ୍ତି।

ମୁଖ୍ୟବିଷୟବସ୍ତୁ ହେଲା ଅନେକ ବର୍ଷରୁ ପୈତୃକ ମାଲିକାନା ଓ ପଟା ଧାରୀ ସେ ନିଜେ ଥିଲେ ଏହି ୨/୩ବର୍ଷ ମଧ୍ୟରେ କେମିତି ମ୍ୟାପ ଓ ସ୍ୟାଟେଲମେଣ୍ଟ ବଦଳି ଯାଇପାରିବ, ସେ ବର୍ତମାନ ତହସିଲ ପ୍ରସାନକୁ ଦାଇ ଦେଇ ନିଜର ନ୍ୟାର୍ଯ୍ୟ ଦାବି କରିଛନ୍ତି।ଗତ କାଲି ଶ୍ରୀମତୀ ତୁରୁକଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡି ଯାଇଥିଲା, ତାଙ୍କୁ ତୁରନ୍ତ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ,ଖବର ପାଇ ମାନ୍ୟବର କରାପୁଟ ସାଂସଦ ଶ୍ରୀ ସପ୍ତଗିରୀ ଶଙ୍କର ଉଲାକା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସମସ୍ୟା ସମ୍ପର୍କରେ ଓ ସ୍ୱାସ୍ଥ୍ୟବସ୍ଥା ବୁଝାସୁଝା କରିଥିଲେ। ଆଜକୁ ପାଞ୍ଚଦିନ ହେଲା ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମ ପ୍ରତିନିଧିମାନେ ମାନେ କାଶୀପୁର ତହସିଲଦାରଙ୍କୁ ଜାଗାଯୋଗ ରେ ପ୍ରାୟସ କରୁଛନ୍ତି କିନ୍ତୁ ,ବିଭିନ୍ନ କାର୍ଯ୍ୟ ଆଳରେ କାଶୀପୁର ତହସିଲଦାର ନିଜ ଚାମ୍ବର ରେ ରାହୁନାହାନ୍ତି ।

Related Post

କେତେ ନୃଶଂସ ହେଇ ପାରେ ମଣିଷ ,ଜଙ୍ଗଲରେ ଜୀବନ୍ତ ନବଜାତ଼ ଶିଶୁକୁ ଛାଡି ଚାଲିଗଲେ

Posted by - June 6, 2020 88
କେନ୍ଦୁଝର: (ସୀତାରାମ ଦୀକ୍ଷିତ) ଗୁରୁବାର ଟାଉନ ଥାନା ଅଞ୍ଚଳରେ ଏକ ଜୀବନ୍ତ ନବଜାତ଼ ଶିଶୁପୁତ୍ର  ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଉଦ୍ଧାର । ଶନିବାର କେନ୍ଦୁଝର ସଦର…

ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ବ, ମନ ମୋହିବ ମନୋରଞ୍ଜନ କାର୍ଯ୍ୟକ୍ରମ

Posted by - October 1, 2022 0
ନର୍ଲା:(ଅମୀୟ କୁମାର ଦାସ)ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ୍ୟ ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ମହା ଆଡମ୍ବର ସହ ଆରମ୍ଭ ହୋଇ ଯାଇଛି l ପୂଜା…

ଟିଟିଲାଗଡରେ ପନିପରିବାର ଅଭାବି ବିକ୍ରୀ,ଚାଷୀଙ୍କ ଅଵସ୍ଥା ବେହାଲ, ସରକାରଙ୍କ ଯୋଜନା କାହା ପାଇଁ ?

Posted by - January 12, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବଲାଙ୍ଗିର ଜିଲ୍ଲାର ସର୍ବ ବୃହତ ସବ ଡିଭିଜନ ହେଉଛି ଟିଟିଲାଗଡ଼। ସପ୍ତାହକୁ ଦୁଇ ଦିନ ବଜାର ବସିଥାଏ ବୁଧୁବାର ଓ ଶନିବାର । ସାପ୍ତାହିକ…

ଲଗାଣ ବର୍ଷାରେ ଚାଷୀ ବେହାଲ, ପାଣିରେ ଭାସୁଛି ଧାନ

Posted by - November 14, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଂଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।…

ବହୁ ଦିନର ନିରବତା ପରେ ପୁଣି ମାଓବାଦୀ ମାରିଲେ ଦୁଇଟି ମାଓ ବେନର, ଲେ।କେ ଭୟଭୀତ

Posted by - May 15, 2022 0
ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ…