ଗମ୍ଭାରି ଗାଁ ର ଗ୍ରାମ୍ୟ କବି ରତ୍ନ ଚୂଡ଼ାମଣି ପାଣିଗ୍ରାହୀ ଙ୍କ ବିଯୋଗ

338 0

ପାଟଣାଗଡ଼ ୧୫/୧୨(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଗମ୍ଭରି ଗାଁ ର ଅବସର ଶିକ୍ଷକ ତଥା ଗ୍ରାମ୍ୟ କବିରତ୍ନ ଚୂଡ଼ାମଣି ପାଣିଗ୍ରାହି (୭୧) ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ସେ ବେଲପଡା ଓ ଖପ୍ରାଖୋଲ ଅଞ୍ଚଳ ରେ ବେସ ଜଣା ଶୁଣା ଥିବା ବେଳେ ଜଣେ ଶିକ୍ଷକ ହିସାବରେ ମଧ୍ୟ ପରିଚିତ ଥିଲେ । ଶିକ୍ଷକତା ର ଅବସର ପରେ ସାହିତ୍ୟ ସାଧନାରେଲାଗି ଓଡ଼ିଆ ଓ କୋଶଲି ଭାଷାରେ ଅନେକ କବିତା ଗୀତ , ଉପନ୍ୟାସ , ନାଟକ ଆଦି ରଚନା କହିଛନ୍ତି ।

ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ନୂତନ ସୂର୍ଯ୍ୟ ର ଆଭା , ତାପଶି , ନାନା ବାଜା ଗୀତ ଆଦି ବେସ ପରିଚିତ । ଅଞ୍ଚଳର ବିଭିନ୍ନ ସଂଗଠନ ସହିତ ଜଡ଼ିତ ଥିବାବେଳେ ଗ୍ରାମ୍ୟ କବିରାତ୍ନ ଉପାଧିରେ ସମ୍ବର୍ଦ୍ଧିତ ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଦୁର୍ଗାପ୍ରସାଦ, ରମାରଞ୍ଜନ( ନୀଳ) , ଶ୍ରୀୟା ବଲ୍ଲଭ ପୁତ୍ରବଧୂ ବେଲପଡା ବ୍ଲକ ଅଧ୍ୟକ୍ଷା ବୟଜନ୍ତି ପାଣିଗ୍ରାହି , ନାତି ଆଦର୍ଶ , ଆଭାସ, ଅନୁରାଗ , ଅଂଶୁମାନ ସମେତ ବନ୍ଧୁ ପରୀଜନ ଉପସ୍ଥିତ ଥିଲେ । ନିଜ ଗମ୍ଭାରୀ ଗାଁ ଶ୍ମଶାନ ରେ ଅନ୍ତିମ ସତ୍କାର କରାଯାଇଥିଲା । ତାଙ୍କ ବିଯୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।

Related Post

ନିମ୍ନମାନର କାମ ଯୋଗୁଁ ଭୁଶୁଡ଼ିଲା ନିର୍ମାଣାଧୀନ ବାଘ ନଦୀ ପୋଲ

Posted by - March 6, 2022 0
ବୌଦ୍ଧ :(ଚିତ୍ତରଂଜନ ସିଂ)ବୌଦ୍ଧ ଜିଲାର ଦୁଇଟି ସ୍ଥାନରେ ଘଟିଛି ଅଘଟଣ l ନିମ୍ନମାନର କାମ ଯୋଗୁଁ ପୁରୁମୁଣ୍ଡା ଠାରେ ନିର୍ମାଣାଧୀନ ରେଲୱେ ଓଭର ବ୍ରିଜ ଭୁଶୁଡ଼ି ପଡିଥିବା…

ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟରେ ବନ୍ୟା ଜଳ, ମୂଲ୍ୟବାନ କାଗଜପତ୍ର ନଷ୍ଟ

Posted by - September 3, 2020 0
ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଅଲିପୁର ପଞ୍ଚାୟତ ଭାବନିପୁର ଗ୍ରାମରେ ରହିଛି ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟ, ଚଳିତ ବନ୍ୟାରେ ବନ୍ୟାଜଳ ମହାବିଦ୍ୟାଳୟ ଭିତରକୁ ପ୍ରବେଶ…

ଶ୍ରୀ ଶ୍ରୀ ବଜରଙ୍ଗୀ ହନୁମାନ ଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ।

Posted by - January 22, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ନୀଳଗିରି ଏନ୍.ଏ.ସି. ନିକଟସ୍ଥ ବିମ୍ବୁରିଆ ଗ୍ରାମ ରେ, ଶ୍ରୀ ଶ୍ରୀ ବଜରଙ୍ଗି ହନୁମାନ ଙ୍କ ର ମନ୍ଦିର ପରିସର ରେ, ଷଷ୍ଠ ପ୍ରତିଷ୍ଠା ଉତ୍ସବ…

କୋରନା ମୁକାବିଲା ପାଇଁ ସାହାଯ୍ୟ ର ହାତ ବଢ଼ାଇଲେ ତରୁଣ କୁମାର ନନ୍ଦ

Posted by - April 3, 2020 629
ଯାଜପୁର:ଓଡ଼ିଶାରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ପକ୍ଷରୁ  ବିଭିନ୍ନ ପ୍ରଶାସକ ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରା ଯାଉଛି ।ଏହି ପରିପ୍ରେକ୍ଷୀରେ ଯାଜପୁର ସହର ର…

ଟିଟିଲାଗଡ ବ୍ଲକ ଇଚ ଗାଁରେ ଅବକାରୀ ଚଢ଼ାଉ, ୨୧ କେଜି ଗଞ୍ଜେଇ ସହ ନଗଦ ୧୩ ଲକ୍ଷ ଟଙ୍କା ସହ ବୈଷ୍ଣବ ସାହୁ ଗିରଫ

Posted by - April 25, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)  ଗଞ୍ଜେଇ ଚୋରାଚାଲାଣର ହୋଲସେଲର ତଥା ମାଷ୍ଟର ମାଇଣ୍ଡ ଟିଟିଲାଗଡ ବ୍ଲକ ଇଚ ଗାଁ ରେ ଅବକାରୀ ସ୍ପେଶିଆଲ ସ୍କ୍ୱାର୍ଡର ଚଢ଼ାଉ,…