ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଦୁର୍ନୀତି ର ପ୍ରତିବାଦ କରି ମାଡ଼ ଖାଇଲେ ଯୁବକ। ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଭର୍ତ୍ତି। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଫତେପୁର ପଂଚାୟତରେ ଗତକାଲି ମନରେଗା ଦୁର୍ନୀତିର ତଦନ୍ତ ପାଇଁ ସରକାରୀ ଟିମ ଆସିଥିଲେ।
ଏହି ଟିମ ଆଗରେ ନାଉପାଳ ଗ୍ରାମର ଜଗତ ମୋହନ ସାହୁ ବିଭିନ୍ନ ପ୍ରକଳ୍ପ ରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ କେତେକ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏ ନେଇ ଜଗତ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି ।