ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହସିଂହା ଗ୍ରାମ ପଞ୍ଚାୟତ ସ୍ଥାନୀୟ ସର୍ବୋଦୟ ହାଇସ୍କୁଲ ଖେଳପଡିଆ ରେ ୫ ଦିନିଆ ଫୁଟବଲ ଟୁର୍ଣାମେଣ୍ଟେ ଆରମ୍ଭ ହୋଇଯାଇଛି । ଅନୁଷ୍ଠିତ ଫୁଟବଲ ଟୁର୍ଣାମେଣ୍ଟେ ରେ ମୁଖ୍ୟ ଅତିଥି ଭାବେ ସିମଞ୍ଚଲ ପୁରୋହିତ , ସମ୍ମାନିତ ଅତିଥି ଭାବେ ମୁକେଶ ସାହୁ , ଅନାଦି ମେହେର , ସୋଭାପତି ପାଥର ଯୋଗ ଦେଇ ଖେଳର ଶୁଭାରମ୍ଭ କରିବା ସହ ଖେଳ ରେ ଭାଗ ନେଇଥିବା ଖେଲାଡ଼ି ମାନଙ୍କୁ ଉସାହିତ କରିଥିଲେ ।
ପ୍ରଥମ ରାଉଣ୍ଡ ରେ ବାହାଲ ଭଟଲି ଦଳ ଓ ମୁରାପଳି ଦଳ ମଧ୍ୟରେ ଖେଳ ଅନୁଷ୍ଟିତ ହୋଇଥିଲା । ପ୍ରଥମ ରାଉଣ୍ଡ ରେ ବାହଲ ଭଟଲି ଦଳ ବିଜୟୀ ହୋଇଥିଲା । ଦୂତୀୟ ରାଉଣ୍ଡ ରେ ଘଷିଏନ ଓ ବରଭଟା ଅନୁଷ୍ଠିତ ହୋଇଥିଲ ଘସିଏନ ଦଳ ବିଜୟୀ ହୋଇଥିଲା । ଖିରସିନ୍ଧୁ ବେହେରା , ଦେବେନ୍ଦ୍ର ଥାନପତି , ସୁଜିତ ରାଜହଂସ , କେଲାପରିଚଳନ କରୁଥିବା ବେଳେ ସଦାନନ୍ଦ ସାହୁ , ମକାରୁ ସିନ୍ଦ୍ରିଆ , ଦୀପକ ରାଜହଂସ , କିଶୋର ପାଣ୍ଡେ , କୀର୍ତ୍ତନ ଧାରୁଆ , କୁନା ସିଂ ନିନା , ସୌରଭ ପାତ୍ର ଓ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ