ଖପ୍ରାଖୋଲ ପୋଲିସର ଚଢ଼ାଉ ୧୨ ଶିଶୁ ସମେତ ୩୧ ଦାଦନ ଶ୍ରମିକ ଉଦ୍ଧାର

141 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବେଆଇନ ଦାଦନ ଚାଲାଣ ବେଳେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ମଙ୍ଗଳବାର ୧୨ ଶିଶୁ ସମେତ ୩୧ ଦାଦାନ ଶ୍ରମିକ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କଲାବେଳେ ତେଲେନପାଲି ପଞ୍ଚାୟତ କର୍ଲାମାଲ ଗାଁ ଛକ ନିକଟରେ ଏକ ପିକଅପ ଗାଡି ଯୋଗେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣି ଗାଡିକୁ ଅଟକାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

ଉଦ୍ଧାର ୩୧ ଜଣ ଙ୍କ ମଧ୍ୟରୁ ୧୨ ଜଣ ଶିଶୁ ଥିବା ଜଣା ଯାଇଛି । ସମସ୍ତ ଉଦ୍ଧାର ଶ୍ରମିକ କର୍ଲାମାଲ ଗାଁର ବୋଲି ପୋଲିସ କହିଛି । ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୨୦୩/୨୧ ରେ ଏକ ମାମଲା ରୁଜୁ କରି ବେଆଇନ ଦାଦାନ ଚାଲାଣ ଅଭିଯୋଗ ରେ ପୁଟକେଲଚୁଆଁ ଗାଁର ମୋତିରାମ ମାଝୀ ଓ କର୍ଲାମାଲ ଗାଁର ପ୍ରେମାନନ୍ଦ ପାଣ୍ଡେ କୁ ଗିରପ କରି କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଉଦ୍ଧାର ଦାଦାନ ଶ୍ରମିକ ମାନଙ୍କୁ ନିଜ ଗାଁ କୁ ପଠେଇ ଦିଆଯାଇଥିବା ଜଣା ଯାଇଛି ।

Related Post

ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ହରଭଙ୍ଗା ହାଇସ୍କୁଲ  ଛାତ୍ରୀ ସୋନାଲି ଗୁପ୍ତା ପ୍ରଥମ ସ୍ଥାନରେ

Posted by - November 6, 2022 0
ବୌଦ୍ଧ :୫/୧୧(ଚିତ ରଞ୍ଜନ ସିଂ ) ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ହରଭଙ୍ଗା ନୋଡାଲ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ର ଛାତ୍ରୀ ସୋନାଲି ଗୁପ୍ତା…

ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ଟାଙ୍କି ଫାଟି ଦୋକାନୀ ଆହତ

Posted by - November 27, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ) ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଗ୍ୟାସ ଟାଙ୍କି ଫାଟି ଦୋକାନୀ ଆହତ ହୋଇଛନ୍ତି!ସୂଚନା ଅନୁଯାଇ NH 57 ବୌଦ୍ଧ ବସ ଷ୍ଟାଣ୍ଡ ନିକଟରେ ଥିବା…

ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ

Posted by - December 4, 2021 0
କଳାହାଣ୍ଡି: :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଜୈନିକ ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ଜିବନରେ ମାରିଦେବା ପାଇଁ ଉଦ୍ୟମ କରିଥିବା ମାମଲା ର ଶୁଣାଣି କରି ମାନ୍ୟବର ଚିଫ ଜୁଡିସିଆଲ…

ସମ୍ବଲ୍‌ପୁରି ଅଙ୍ଗନ୍‌ବାଡ଼ି ଉଦ୍‌ଘାଟିତ

Posted by - February 23, 2022 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ବିଶାଳଖିଣ୍ଡାଠାରେ ସମ୍ବଲପୁରି ଭାସା ଏକାଡ଼େମି ପକ୍ଷରୁ ବିଶ୍ବ ମାତୃଭାଷା ଦିବସ ପାଳନ କରିବା ସହ “ବିଶ୍ବାମିତ୍ର ସାହୁ ପହିଲ୍‌ ପଢ଼ାସାଲ୍‌”…