ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ କେଲଗ କଲେଜର ସଭାପତି ହେଲେ ଓଡ଼ିଆ ଝିଅ ଶୀତଲ

145 0

ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ ଇଂଲଣ୍ଡ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କେଲଗ କଲେଜର ଏମସିଆର କମିଟିର ୨୦୨୧ – ୨୨ ବର୍ଷ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ବଙ୍ଗୋମୁଣ୍ଡା ଅଞ୍ଚଳରେ ଗୌବର ଲହରୀ ଜଣାଯାଇଛି । ଶୀତଲ ବଙ୍ଗୋମୁଣ୍ଡାର ଜୟପ୍ରକାଶ ଜୈନ ଓ କାନ୍ତାଦେବୀଙ୍କ ଝିଅ । ପରିବାର ଲୋକଙ୍କଠାରୁ ଏହି ସୂଚନାମିଳିଛି , ଶୀତଲ ଗତଆର୍ଥିକ ଶିକ୍ଷା ବର୍ଷରେ ଅକ୍ଟୋବରମାସରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ସୁଯୋଗ ପାଇ ଥିଲେ ।

ସର୍ବମୋଟ ୫୪ଟି ସିଟ୍ ଥିବା ବେଳେ ଭାରତ ପାଇଁ ଗୋଟିଏ ଥିଲା । ଭାରତରୁ ଏକମାତ୍ର ଛାତ୍ରୀ ଭାବେ ସେ ଏହି ସୁଯୋଗ ପାଇଥିବା ବେଳେ ବର୍ତ୍ତମାନ ସେ ଏହି ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଡିଫିଲ କାର୍ଯ୍ୟକ୍ରମରେ ପିଏଚଡି କରୁଛନ୍ତି । ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକ କରିବା ପରେ ଜେଏନୟୁରେ ସ୍ନାତକୋତ୍ତର ଓ ଏମଫିଲ କରିଥିଲେ । ଏବେ ସେ ସଭାପତି ପଦ ଅଳଙ୍କୃତ କରିବା କେବଳ ବଲାଙ୍ଗିର କି ଓଡ଼ିଶା ନୁହେଁ ସାରା ଦେଶ ପାଇଁ ଗର୍ବର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଏ ନେଇ ଶୀତଲଙ୍କୁ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି ।

Related Post

ଓମିକ୍ରନ ପରେ ଫ୍ଳୋରୋନା, ଇସ୍ରାଏଲ ରୁ ଚିହ୍ନଟ ହେଲା ପ୍ରଥମ ସଂକ୍ରମିତ

Posted by - January 2, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ )କରୋନା ମହାମାରୀ ର ଭୟାବହତା ସମଗ୍ର ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ମଧ୍ଯ ବିଭିନ୍ନ…

ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

Posted by - January 14, 2022 0
ଲସଏଞ୍ଜଲସ/ ଲଣ୍ଡନ/ ସିଙ୍ଗାପୁର/ ଦୁବାଇ/ମସ୍କୋ/ କାନବେରା/ ପୁରୀ/ ନୂଆଦିଲ୍ଲୀ /ଭୁବନେଶ୍ୱର ତା ୧୪/୦୧ ରିଖ : ବିଶ୍ଵ ଓଡ଼ିଶା ସମାଜ(ବିଓସ)ର ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳନ…

ସହିଦ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ; ସହିଦଙ୍କ କଫିନକୁ କାନ୍ଧରେ ବୋହିଲେ ଗୃହମନ୍ତ୍ରୀ ରାଜନାଥ ସିଂହ

Posted by - February 16, 2019 0
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ସହିଦଙ୍କ କଫିନକୁ ନିଜ କାନ୍ଧରେ ବୋହିନେଲେ ଗୃହମନ୍ତ୍ରୀ ରାଜନାଥ । ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ…

ପ୍ରବାସୀ ଓଡ଼ିଆ ନେତୃବୃନ୍ଦଙ୍କୁ ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ସମ୍ବର୍ଦ୍ଧନା

Posted by - February 5, 2022 0
ଭୁବନେଶ୍ୱର: ୩୦ା୧ : ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱ ଓଡ଼ିଶା ସମାଜ (ବିଓସ)ର କର୍ମକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା…

ବେଙ୍ଗାଲୁରୁରେ ୱାଲ୍ଡେନଉଡର ଗାଁ କୁ ଫେରିଚାଲ ଅଭିଯାନ

Posted by - July 27, 2022 0
ବେଙ୍ଗାଲୁରୁ: କପିଳାସ ପାହାଡିର ପାଦଦେଶରେ ଅବସ୍ଥିତ ୱାଲ୍ଡେନଉଡ ପରିବେଶ ଗ୍ରାମ ତରଫରୁ ନିକଟରେ ବେଙ୍ଗାଲୁରୁଠାରେ ‘ଗାଁ କୁ ଫେରିଚାଲ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ…