ନୀଳଗିରି:(ସୌମ୍ୟା ସାଇ ବାରିକ୍)ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ରେ, ସ୍ମାର୍ଟ କାର୍ଡ ବଣ୍ଟନ ପ୍ରକ୍ରିୟା, ସମଗ୍ର ରାଜ୍ୟରେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ବାଲେଶ୍ବର ରେ ପ୍ରିୟ ମୁଖ୍ୟ ମନ୍ତ୍ରୀ ଆଜି, ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ, ନୀଳଗିରି ରେ ମଧ୍ଯ, ଉପ ଜିଲ୍ଲାପାଳ ଓ ତହସିଲ କାର୍ଯ୍ଯାଳୟ ସମ୍ମୁଖରେ, ଏଥି ନିମନ୍ତେ ଏକ୍ ସଭାର ଆୟୋଜନ କରାଯାଇଥିଲା।
ଓଡିଶା ସରକାରଙ୍କ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି, ଅପରାହ୍ନ ୨ ଟା ରେ ପହଂଚି, ଉକ୍ତ ଉତ୍ସବ କୁ , ପ୍ରଦୀପ ପ୍ରଜ୍ବଳନ କରି, ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଥିଲେ। ନୀଳଗିରି ଏନ୍. ଏଚ୍. ସି. ର ବିଭିନ୍ନ ୱାର୍ଡ ର, ହିତାଧିକାରୀ ଙ୍କୁ ମନ୍ତ୍ରୀ ନିଜ ହାତରେ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ। ତାଙ୍କ ଅଭିଭାଷଣ ରେ, ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ, ଉପସ୍ଥିତ, ହିତାଧିକାରୀ ଙ୍କୁ ବିସ୍ତୃତ ଭାବେ କହିଥିଲେ।
ଏହି ବର୍ଣଣାଢ଼୍ୟ ଉତ୍ସବ ରେ ନୀଳଗିରି ଉପ ଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା , ତହସିଲଦାର ଅଶେଷ କୁମାର ନାୟକ , ବିଡ଼ିଓ ଙ୍କ ସମେତ ନୀଳଗିରି ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ, ସନ୍ତୋଷ ଭାଇ ଖଟୁଆ , ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗତିକୃଷ୍ନ ନନ୍ଦ , ଜିଲ୍ଲା ପରିଷଦ ସଭ୍ୟ ଜାନକୀ ସିଂ ପ୍ରମୁଖ ମଞ୍ଚାସିନ ଥିବା ବେଳେ, ଏନ୍ ଏ ସି ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ପରିଡ଼ା , ଲୋକନାଥ ଦଳେଇ , ରବୀନ୍ଦ୍ର ନାୟକ , ଜିଲ୍ଲା ଯୁବ ବିଜେଡ଼ି ସଦସ୍ୟ ମାନସ ପରିଡ଼ା ପ୍ରମୁଖ ସଭାର ସଫଳ ଆୟୋଜନ କରିଥିବା ଦେଖା ଯାଇଛି ।