ଭୁବନେଶ୍ବର ୨୧|୫: ଦେଶର ଏକନମ୍ବର ଦୌଡ ରାଣୀ ଦୁତୀ ଚାନ୍ଦଙ୍କ ସମିଲଙ୍ଗୀ ସଂପକର୍କୁ ନେଇ ଥମୁନି ଚର୍ଚ୍ଚା । ତେବେ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଦୁତୀ ଚାନ୍ଦ । ସମଲିଙ୍ଗୀ ସଂପର୍କ ନେଇ ନିଜେ ଦୂତୀ ଖୁଲାସା କରିବା ପରେ ଏହାକୁ ନେଇ ଗତକାଲି ଠାରୁ ଜୋର ଧରିଛି ଚର୍ଚା । ଷଡଯନ୍ତ୍ର କରି ତାଙ୍କୁ ଫସଯାଇ ଟଙ୍କା ହଡପ କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ଦୂତୀଙ୍କ ବାପା ମା’ ଅଭିଯୋଗ କରିଛନ୍ତି । ଦୂତୀଙ୍କ ନିଷ୍ପତ୍ତିକୁ ପରିବାର ଲୋକ ବିରୋଧ କରିଛନ୍ତି । ଅପରପକ୍ଷରେ ଦୂତୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବାପା ମାଙ୍କ ଆଶଂକା ଏବଂ ମନ୍ତବ୍ୟକୁ ଦୂତୀ ନାପସନ୍ଦ କରିଛନ୍ତି ।
ସମଲିଙ୍ଗି ସମ୍ପର୍କ ପ୍ରସଂଗରେ ଦୂତୀଙ୍କ ଖୁଲାସାପରେ ସୃଷ୍ଟି ହୋଇଥିବା ପାରିବାରିକ ବିବାଦ ତାଙ୍କ ଖେଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦୂତୀ କହିଛନ୍ତି । ଟୋକିଓଠାରେ ହେବାକୁ ଥିବା ଟୁଏଣ୍ଟି-ଟୁଏଣ୍ଟି ଅଲମ୍ପିକ ପାଇଁ ତାଙ୍କ ପ୍ରସ୍ତୁତିକୁ ଏହି ବିବାଦ ପ୍ରଭାବିତ କରିବ ନାହିଁ ବୋଲି ଦୂତୀ କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ବୟସ ୧୮ ବର୍ଷରୁ ଅଧିକ । ତା ଛଡା ସେ ବର୍ତ୍ତମାନ ତାଙ୍କ ମା ବାପାଙ୍କ ଝିଅ ଯେତିକି ନୁହନ୍ତି ତାଠାରୁ ଅଧିକ ଏବେ ସେ ଦେଶର ଓ ରାଜ୍ୟର ସମ୍ପତ୍ତି । ତେଣୁ ରାଷ୍ଟ୍ର ସମ୍ପତ୍ତିକୁ ସମାଲୋଚନା କରିବାର ଅଧିକାର କାହାର ନାହିଁ ବୋଲି ମଧ୍ୟ ଦୃତୀ କହିଛନ୍ତି ।
ବଡ଼ ଭଉଣୀଙ୍କ ବିରୋଧରେ ସେ ସାଂଘାତିକ ଅଭିଯୋଗ ଲଗାଇଛନ୍ତି। ମୋ ବଡ଼ ଭଉଣୀ ମୋତେ ସବୁ ବେଳେ ବ୍ଲାକମେଲିଂ କରୁଥିଲେ ଓ ମୋତେ ବଦନାମ କରିବାକୁ ସବୁବେଳେ ଧମକ ଦେଉଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ପରିବାର ପ୍ରତି ଜଣେ ଝିଅ ଭାବେ ଯେତିକି କର୍ତ୍ତବ୍ୟ, ମୁଁ କରିଛି। ଗାଁରେ ୩ ମହଲା କୋଠା କରିଛି, ଭଉଣୀକୁ ଗାଡ଼ି ଦେଇଛି ବୋଲି ସେ କହିଛନ୍ତି।