Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଜାତୀୟ ଜୁଡୋ ରୋପ୍ୟ ପଦକ ବିଜେତା ଇଶାନ୍ ଙ୍କୁ ଜ଼ିଲ୍ଲା ଓବିସି ମଞ୍ଚର ସମ୍ବର୍ଦ୍ଧନା

270 0

ସମ୍ବଲପୁର:( ରମାକାନ୍ତ ବିଶ୍ବାଳ )ଜାତୀୟ ସବ୍ ଜୁନିଅର ଜୁଡୋ ପ୍ରତିଯୋଗିତାରେ ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ଉଦୀୟମାନ ଯୁବ ପ୍ରତିଭା ଇଶାନ୍ କୁମାର ପ୍ରଧାନଙ୍କୁ ଆଜି ଜ଼ିଲ୍ଲା ଓବିସି ମଞ୍ଚ ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା I ବୁଧବାର ଅପରାହ୍ନ ଘ.୫ ଣ୍ଟା ସମୟରେ ଜ଼ିଲ୍ଲା ଓବିସି ମଞ୍ଚ ସମ୍ବଲପୁରର କର୍ମକର୍ତ୍ତା ମାନେ ତାଙ୍କ ଗୋବିନ୍ଦତୋଳା ସ୍ଥିତ ବାସଭବନକୁ ଯାଇ ପୁଷ୍ପ ଗୁଚ୍ଛ ସହିତ ଉତ୍ତରୀୟ ପ୍ରଦାନ ପୂର୍ବକ ଇଶାନ୍ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ I

ଏହି ଅବସରରେ ଓବିସି ମଞ୍ଚର ଜ଼ିଲ୍ଲା ଆବାହକ ସରୋଜ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର କୁମାର ପାତ୍ର, ଓବିସି କର୍ମୀ ହୀରାଲାଲ ବେହେରା, ଲଷ୍ମଣ ପ୍ରଧାନ, ସୁରେଖା ସାହୁ, ସୁଷମା ସାହୁ, ପ୍ରହଲ୍ଲାଦ ସାହୁ, ଶ୍ରୀକାନ୍ତ ପାଣ୍ଡେ, ଅସୀମ ପଟେଲ, ଦେବାଶିଷ ବେହେରାଙ୍କ ସମେତ ଅବସରପ୍ରାପ୍ତ ଜ଼ିଲ୍ଲା କ୍ରୀଡା ଅଧିକାରୀ ଉପେନ୍ଦ୍ର ନାରାୟଣ ଶତପଥି, ସହକାରୀ ବନ ସଂରକ୍ଷକ ଗୋକୁଳ ଚନ୍ଦ୍ର ପାଇକ ପ୍ରମୁଖ ଇଶାନ୍ ଙ୍କ କୃତିତ୍ୱ ପାଇଁ ଆଜି ସମଗ୍ର ରାଜ୍ୟ ଗର୍ବିତ ବୋଲି ପ୍ରକାଶ କରିଥିଲେ I

ଵକ୍ତାଗଣ ଇଶାନ୍ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜ଼ିଲ୍ଲା ଓବିସି ମଞ୍ଚ ପ୍ରକାଶ କରିଛି I ଏହି ଅବସରରେ ଇଶାନ୍ ଙ୍କ ପିତାଜିତେନ୍ଦ୍ର କୁମାର ପ୍ରଧାନ ମାତା ସଂଗୀତା ପ୍ରଧାନ ଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ I

Related Post

ଯାଜପୁରରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ

Posted by - January 8, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ ଆନ୍ତର୍ଜାତୀୟ ହକି ତାରକା ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ,  ବର୍ତ୍ତମାନର ଭାରତୀୟ ପୁରୁଷ ହକି…

ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - December 1, 2022 0
ସମ୍ବଲପୁର: ୩୦/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରାମାପଡା ଖେଲ ପଡିଆ ଠାରେ ଆଜି ଚତୁର୍ଥ ଗ୍ରୀନ ଏସୋସିଏସନ ଆଣ୍ଡ ଚାରିଟେବୁଲ ମେମୋରିଆଲ କ୍ରିକେଟ କପ…

ଫୁଟବଲ ମ୍ୟାଚ ଉଦଯାପନୀ ଦିବସରେ ଯୋଗଦେଲେ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ

Posted by - February 8, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ନୀଳଗିରି ମିନି ଷ୍ଟାଡିୟମ ପରିସରରେ, ଏକ ଦୁଇଦିନିଆ ଜିଲ୍ଲା ସ୍ତରୀୟ ଫୁଟବଲ ମ୍ୟାଚ ଉଦଘାଟିତ ହୋଇଯାଇଛି। ବିଜେଡି ର ଯୁବ ନେତା ସବ୍ୟସାଚୀ ମହାପାତ୍ର ଓ…

ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - January 9, 2022 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ) ଆଜି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଲାସମା ପଞ୍ଚାୟତର ସାଲେଟିକ୍ରାଠାରେ ବଜରଙ୍ଗ କ୍ଲବ୍ ପକ୍ଷରୁ ଏକ ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି…

ଦ୍ଵିତୀୟ ବାବୁ ଦା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ

Posted by - February 9, 2022 0
ଟିଟିଲାଗଡ;(ସଞ୍ଜୟ କୁମାର ନାୟକ)ଦ୍ଵିତୀୟ ବାବୁଦା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ଥାନୀୟ ଟାଉନଫିଲ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି, ପ୍ରଥମେ ଆୟୋଜକ କମିଟି ପକ୍ଷରୁ ମାଁ ଘଣ୍ଟାଶୁଣି ମନ୍ଦିରଠାରୁ ଏକ…