ଦାବି ପୂରଣ ନହେଲେ ୨୪ରୁ ଆଦିତ୍ୟ ଆଲୁମିନା ବିରୋଧରେ ଆନ୍ଦୋଳନ

534 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଦାବି ପୂରଣ ନହେଲେ ଆସନ୍ତା 24 ରୁ ଆଦିତ୍ୟ ଆଲୁମିନିୟମ ବିରୋଧରେ ଆନ୍ଦୋଳନ ଏଭଳି ଧମକ ଦେଇଛନ୍ତି ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ସଙ୍ଘ ର କର୍ମକର୍ତ୍ତା। ସମ୍ବଲପୁର ରେଙ୍ଗାଲି ବ୍ଲକ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ କମ୍ପାନୀ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଆଗରେ ଫେରାଦ ହେଲେ ସ୍ଥାନୀୟ ଲୋକେ । ପ୍ରତିଶ୍ରୁତି ମୁତାବକ ଆଦିତ୍ୟ ଆଲୁମିନିୟମ କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ।

ପ୍ରତିଶ୍ରୁତି ମୁତାବକ ଆଦିତ୍ୟ ଆଲୁମିନା କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ। ଏହି ଅଭିଯୋଗ ନେଇ ଆଜି ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘର ସଦସ୍ୟ ମାନେ ଜିଲ୍ଲା ପ୍ରଶାସନ କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ଆସନ୍ତା 24 ତାରିଖ ଭିତରେ ଦାବି ପୂରଣ ନହେଲେ ଆଦିତ୍ୟ ଆଲୁମିନିୟମ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଲପଙ୍ଗା ଠାରେ ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ।

୨୦୧୩ ରେ ହୋଇଥିବା ଏକ ତ୍ରିପାକ୍ଷିକ ବୈଠକରେ କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବ ବୋଲି ସ୍ଥିର ହୋଇଥିଲା।ତେବେ କମ୍ପାନୀ କେବଳ ନିଜର ଠିକା ସଂସ୍ଥା ଗୁଡ଼ିକରେ ଯୁବକ ଯୁବତୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଉଥିବା ବେଳେ କାହାରିକୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ ବୋଲି ଅଭିଯୋଗ ହୋଇଛି। ଏହାସହ କମ୍ପାନୀ ପ୍ରତିଷ୍ଠା ସମୟରେ ବିସ୍ଥାପିତ ଲୋକଙ୍କୁ ଜମି ପଟ୍ଟା ମିଳିନଥିବା ସହ ସେମାନଙ୍କ ଦେଖାରଖି କମ୍ପାନୀ ଠିକ ଭାବେ କରୁନଥିବା ଅଭିଯୋଗ ହୋଇଛି।ଅନ୍ୟ ପଟେ ସ୍ଥାନୀୟ ଲୋକେ ବିସ୍ଥାପିତ ହୋଇ କେବଳ ପ୍ରଦୂଷଣ ର ଧୂଆଁ ପାଇଛନ୍ତି ବୋଲି ସଂଘ ଅଭିଯୋଗ କରିଛି। ଆସନ୍ତା 24 ତାରିଖ ମଧ୍ୟରେ ଦାବି ପୂରଣ ନହେଲେ 24 ରୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

Related Post

ହରିଶଙ୍କର ରେ ରୋପ ୱେ ଦାବିରେ ଚାଲିଥିବା ଜଳ ସତ୍ୟାଗ୍ରହ , ତହସିଲଦାର କୁ ଦାବିପତ୍ର ଦେଇ ପ୍ରତ୍ୟାହୃତ

Posted by - October 12, 2022 0
ଖପ୍ରାଖୋଲ: ୧୧/୧୦(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କର ରୁ ନୃସିଂହନାଥ କୁ ରୋପୱେ ନିର୍ମାଣ ଦାବିରେ…

ବୌଦ୍ଧ ବ୍ଲକ ଟିକରପଡାରେ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି

Posted by - September 26, 2022 0
ବୌଦ୍ଧ:(,ଚିତ୍ତରଞ୍ଜନ ସିଂ )ବୌଦ୍ଧ ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର…

ବାତ୍ୟାର ରୁପ ନେଇପାରେ ଲଘୁଚାପ :ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦ୍ଦେଶକ ଙ୍କ ପୂର୍ବାନୁମାନ

Posted by - May 2, 2022 0
ଭୁବନେଶ୍ଵର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ମେ ମାସ ୬ ତାରିଖ ସୁଦ୍ଧା ଲଘୁଚାପ ସ୍ରୁଷ୍ଟି…

ପୋତାଧନ ପାଇବା ଆଶାରେ ବାପାକୁ ବଳି ଉଦ୍ୟମ, ପୁଅ ଓ ପୂଜକ ଗିରଫ

Posted by - April 30, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାତାରାତି କୋଟିପତି ହେବା ନିଶା ଓ ପ୍ରଚୁର ସୁନା ରୂପାରେ ପରିପୂର୍ଣ୍ଣ ହଣ୍ଡା ପାଇବା ଆଶାରେ ନିଜ ବାପାକୁ…

ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି

Posted by - March 19, 2021 0
ପୁରୀ: ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି । ପ୍ରଚାରିତ ତଥ୍ୟ ବିଭ୍ରାଟକାରୀ, ମନଗଢ଼ା ଓ ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।…