ପିଇବା ପାଣି ଟୋପାଏ ପାଇଁ ହନ୍ତ ସନ୍ତ ଛତ୍ରଙ୍ଗ ଗ୍ରାମବାସୀ

320 0

ବୌଦ୍ଧ(ଚିତ୍ତ ରଂଜନ ସିଂ)ରାଜ୍ୟ ସରକାର ଲୋକଙ୍କ ପିଇବା ପାଣି ପାଈଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ପାଖକୁ ଯୋଗାଉଛନ୍ତି ପାଣି ହେଲେ କିଛି ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧି ଯୋଗୁଁ ଲୋକେ ଏହି ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ହରଭଙ୍ଗା ବ୍ଲକ ର ଛତ୍ରଙ୍ଗ ପଞ୍ଚାୟତ ର କାଯ୍ୟଳୟରୁ କିଛି ଦୂରରେ ତିଆରି ହୋଇଛି ଓଭରହେଡ ପାଣି ଟାଙ୍କି ।

୫୦ ହଜାର ଲିଟର କ୍ଷମତା ପାଣି ଟାଙ୍କି ତିଆରି ହେଇଛି ସତ ହେଲେ ଲୋକଙ୍କ ଠିକରେ କାମରେ ଆସୁନାହିଁ।ଖରା, ବର୍ଷା, ଶୀତ ଦିନ ଭଳି ସବୁ ଋତୁରେ ଘୋର ପାନୀୟ ଜଳ ସମସ୍ୟା ଦେଖାଯାଇଥାଏ ।ବିଶେଷକରି ଛତ୍ରଙ୍ଗ, ଭାଲିଆଗୋରା, ଛତ୍ରଙ୍ଗ ବଜ଼ାର ରେ ବାସ କରୁଥିବା ଲୋକ ମାନେ ପାନୀୟ ଜଳ ପାଈଁ ବିଶେଷ ଅସୁବିଧା ରେ ପଡୁଛନ୍ତି ବୋଲି ଭାଲିଆଗୋରା ଗ୍ରାମ ର ଦିଲୀପ ସାହୁ ଅଭିଯୋଗ କରିଛନ୍ତି ।

ଆଜକୁ ୫ ମାସ ଧରି ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଅଛି ଏବାବଦରେ ହରଭଙ୍ଗା ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଏସ ରାଉତ ଙ୍କୁ ପଚାରିବାରୁ ସେ କହିଲେ ଏ ବାବଦରେ ଅଭିଯୋଗ ପାଇନାହୁଁ, ଏ ଦିଗରେ ଯଥା ସମ୍ଭବ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ବିଭଗୀୟ ଅଧିକାରୀ ଙ୍କ ମନମୁଖୀ ଯୋଗୁଁ ଲୋକେ ହୀନିସ୍ତା ହେଉଛନ୍ତି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

Related Post

ବାଇକ ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର

Posted by - October 12, 2019 0
ଅନୁଗୁଳ:(ମହେଶ ଭୋମରାଜ)ତାଳଚେର ଡେରା ପାଖରେ ଜଣେ ବାଇକ ଚାଳକ ଜଣେ ପଥଚାରିଙ୍କୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣକ ଅବସ୍ଥା ଗୁରୁତର ହୋଇଥିବା…

କୋଶଳ ଜ୍ୟୋର୍ତିଜ୍ଞାନ ପଣ୍ଡିତ ମହାସଭା କାର୍ଯ୍ୟକାରିଣୀ ବୈଠକ

Posted by - August 21, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ହିଲୁଙ୍ଗ ପଂଚାୟତ ଅନ୍ତର୍ଗତ ପଞ୍ଚମୁଖୀ ହନୁମାନ ବାଟିକା, ପଥର ଘାଟ ଠାରେ କୋଶଳ ଜୋତିଜ୍ଞାନ ପଣ୍ଡିତ ମହାସଭା ତରଫରୁ…

ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମସ୍ୟା ସମାଧାନର ଦେଲେ ପ୍ରତିଶୃତି

Posted by - September 18, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶନିବାର ଦିନ ପରିଦର୍ଶନ କରିଥିଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି। ଗସ୍ତ ଅବସରରେ…

ବୁଗୁଡ଼ା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପରେ ସାମ୍ବାଦିକ ସମ୍ମଳନୀ

Posted by - July 6, 2021 0
ବୁଗୁଡ଼ା: (ଦିଲ୍ଲୀପ କୁମାର ଖାଡଙ୍ଗା)ବୁଗୁଡ଼ା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ବ୍ଲକ୍ ଅଧ୍ୟକ୍ଷା ମମି ସେନାପତି , ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଜିଲ୍ଲା ପରିଷଦ ଅଶୋକ…