ମିତ୍ରପୁର ରେ ବଜାର ବନ୍ଦ , ରାସ୍ତା ରୋକ୍ ଓ ଗଣ ଧାରଣା

376 0

ନୀଳଗିରି:(ସୌମ୍ୟା ସାଇ ବାରିକ)ନୀଳଗିରି ବ୍ଲକ୍ , କେ.ପି. ଲାଖରାଜ୍ ପଞ୍ଚାୟତ ର ମିତ୍ରପୁର୍ ଠାରେ, ଏକ ରାସ୍ତା ରୋକ୍ ଓ ଗଣ ଧାରଣା । ମିତ୍ରପୂର୍ ସହର ଟି ନୀଳଗିରି ସହର ଠାରୁ ମାତ୍ର ୧୦ କିମି ଦୂର । ସେଠାରେ ଦୀର୍ଘ ୧୬ ବର୍ଷ ପୂର୍ବେ, ଏକ ସ୍ବାସ୍ଥ୍ୟ ସେବା କେନ୍ଦ୍ର, କିଛି ସ୍ଥାନୀୟ ସମାଜ ସେବୀ , ପୂର୍ବତନ ବିଧାୟକ , ଖାଦାନ ମାଲିକ ସଂଘର ଆର୍ଥିକ ସହାୟତା ରେ ପରିଚାଳିତ ହୋଇ ଆସୁଥିଲା ।

ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିକଟସ୍ଥ ରେମୁଣା ବ୍ଲକ , ନୀଳଗିରି ବ୍ଲକ ଏବଂ ସୀମାନ୍ତ ବର୍ତି ଜିଲ୍ଲା ର କିଛି ପଞ୍ଚାୟତ ର ଲୋକ ମାନେ, ସ୍ବାସ୍ଥ୍ୟ ସେବା ପାଇଁ ଏହି କେନ୍ଦ୍ର ଉପରେ ନିର୍ଭର କରି ଥାଆନ୍ତି। ଏହି ସଂଖ୍ୟା ୩୦ ହଜାର ରୁ ଉର୍ଦ୍ଧ୍ୱ ହେବ ବୋଲି କୁହା ଯାଉଚି। ଉକ୍ତ ସ୍ବାସ୍ଥ୍ୟ ସେବା କେନ୍ଦ୍ର ଟିକୁ ସରକାରୀ କରଣ ଦାବୀ ରେ , ସ୍ଥାନୀୟ ଅଞ୍ଚଳ ବାସୀ ନୀଳଗିରି ମିତ୍ରପୂର ରାସ୍ତା , ବାଉଁଚା ଓ ରେମୁଣା ରାସ୍ତା ର, ମିତ୍ରପୂର ଠାରେ ମୁଖ୍ୟ ଛକ ଉପରେ ରାସ୍ତା ରୋକ କରି ଧାରଣା ରେ ବସିଥିଲେ। ମିତ୍ରପୂର୍ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏ ସଂପର୍କ ରେ ସୂଚନା ପାଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଲ୍ ଦେଓ ଜଗଦ୍ଦେବ , ନୀଳଗିରି ଉପଜିଲ୍ଲା ପାଳ ହରିଶ୍ଚନ୍ଦ୍ର ଜେନା ତଥା ନୀଳଗିରି ଥାନା ଭାର ପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂହ ଘଟଣା ସ୍ଥଳ ରେ ପହଞ୍ଚି, ଉପସ୍ଥିତ ଧାରଣା କାରୀ ଙ୍କ ସହିତ ଆଲୋଚନା କରି ଥିଲେ।

ଏକ ମାସ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି, ଧାରଣା କାରୀ ଙ୍କୁ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀ ଜଗଦ୍ଦେବ ପ୍ରତିଶୃତି ଦେବା ପରେ, ଏହି ରାସ୍ତାରୋକ ଓ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣା ରେ, ନୀଳଗିରି ର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ , ଅକ୍ଷୟ କୁମାର ଆଚାର୍ଯ୍ୟ, ପ୍ରଦୀପ୍ତ ପଣ୍ଡା ଓ ବର୍ତ୍ତମାନ ର ବିଧାୟକ ଇଂ ସୁକାନ୍ତ କୁମାର ନାୟକ ପ୍ରମୁଖ ଘଟଣା ସ୍ଥଳ ରେ ଉପସ୍ଥିତ ଥାଇ, ସି. ଡି. ଏମ୍.ଓ., ଉପ ଜିଲ୍ଲାପାଳ ଶ୍ରୀ ଜେନା ଙ୍କ ସହିତ ଉକ୍ତ ସ୍ବାସ୍ଥ୍ୟ ସେବା କେନ୍ଦ୍ର ର ସରକାରୀ କରଣ ସଂପର୍କ ରେ, ଆଲୋଚନା କରି ଥିଲେ।

ମୀତ୍ରପୂର୍ ର ବର୍ଷୀୟାନ ସମାଜସେବୀ ନିରଞ୍ଜନ ଲେଙ୍କା ଙ୍କ ଅବହାକାତ୍ୱ ରେ ଉକ୍ତ ରାସ୍ତାରୋକ ଓ ଧାରଣା ଆୟୋଜିତ ହୋଇ ଥିଲା। ଅନ୍ୟମାନଙ୍କ ମଧ୍ୟରେ ସୁଧା ସିନ୍ଧୁ ପଣ୍ଡା , କଂଗ୍ରେସ୍ ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା , ଡାକ୍ତର ଲଳିତ କୁମାର ମହାପାତ୍ର , ପ୍ରସନ୍ନ କୁମାର ଦାଶ , ଜଗବନ୍ଧୁ ମହାପାତ୍ର ଙ୍କ ସମେତ ଶତାଧିକ ବ୍ୟକ୍ତି ଧାରଣା ରେ ଉପସ୍ଥିତ ଥିଲେ।

Related Post

ଅଦାଲତ ଆଦେଶ କୁ ଅବମାନନା କରି ବିଜେଡ଼ି ପଞ୍ଚାୟତ ସଭାପତି ଗିରଫ

Posted by - August 21, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) କୋର୍ଟ ୱାରେଣ୍ଟ ବଳରେ ବିଜେଡ଼ି ପଞ୍ଚାୟତ ସଭାପତି ଙ୍କୁ ଅଧ୍ୟ ରାତି ରେ ଘରୁ ଉଠାଇ ନେଲା ବାଲିଆପାଳ ପୋଲିସ । କୋଟ…

ଯାଜପୁର ରେ ଜିଲାସ୍ତରୀୟ ପଂଚାୟତିରାଜ ଦିବସ ପାଳିତ

Posted by - March 5, 2020 367
ଯାଜପୁର:05/03(ଆନନ୍ଦ ଚନ୍ଦ୍ର ସାହୁ )ଆଜି ପଂଚାୟତିରାଜ ଦିବସ । ଏହି ଅବସରରେ ଯାଜପୁର ରେ ଜିଲାସ୍ତରୀୟ ପଂଚାୟତିରାଜ ଦିବସ ପାଳିତ ହୋଇଯାଇଛି । ସଂସ୍କୃତି ଭବନ ପରିସରରେ…

ସଂଶୋଧିତ ତାଲିକା ବିରୋଧରେ ହାଇକୋର୍ଟ ର ଦ୍ବାରସ୍ଥ ହେବେ ବିଷ୍ଣୁପୁର ପଂଚାୟତର ପୂର୍ବତନ ସରପଞ୍ଚ

Posted by - October 30, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ସଂଗ୍ରକ୍ଷଣ ତାଲିକାକୁ ନେଇ 15 ଦିନ ହେଲା ରାଜନେତା ଓ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ଯ୍ଯରେ ଲାଗି ରହିଥିବା ଆଶଙ୍କାର ପୂର୍ଣ୍ଣଛେଦ ପଡିଛି ।ବାଲେଶ୍ବର ଜିଲ୍ଲାପାଳ…

ବୁଣାକାର ମାନଙ୍କ ଦ୍ଵାରା ଉପ- ନିର୍ଦ୍ଦେଶକ ବିୟନଶିଳ୍ପ କାର୍ଯ୍ୟାଳୟ ଘେରାଉ

Posted by - July 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଜିଲ୍ଲା ଉପ-ନିର୍ଦ୍ଦେଶକ କାର୍ଯ୍ୟାଳୟରେ ବୁଣାକାରମାନଙ୍କୁ ସହାୟତା ପ୍ରଦାନରେ ଦୁର୍ନିତି ପ୍ରତିବାଦରେ ବୁଣାକାର…