କାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ : ୬ ଲୋକସଭା, ୪୧ ବିଧାନସଭାରେ ହେବ ଭୋଟିଂ

1121 0

ଭୁବନେଶ୍ବର ୨୮/୪: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ଶେଷ ହୋଇଛି ପ୍ରଚାର । ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଏହି ଚତୁର୍ଥ ପର୍ଯ୍ୟାୟରେ ଅପ୍ରେଲ ୨୯ ତାରିଖରେ ପଡିବ ଭୋଟ । ତେବେ ଶେଷ ଦିନରେ କର୍ମୀ ଓ ସମର୍ଥକଙ୍କ ସହ ପୁରା ଦମ ଲଗାଇ ଜୋରଦାର ପ୍ରଚାର କରିଥିଲେ ରାଜନୈତିକ ଦଳର ପ୍ରାର୍ଥୀ । ତେବେ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ ।

ଏହି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟର ୬ଟି ଲୋକସଭା ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏଠାରେ ହେଉଛି କଡ଼ା ଟକ୍କର। ଏଥର ଏଠାରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ଆଗରୁ ଦୁଇ ଥର ସେ କେନ୍ଦ୍ରାପଡ଼ା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ବିଜେଡିର ଅନୁଭବ ମହାନ୍ତି ଓ କଂଗ୍ରେସର ଧରଣୀଧର ନାୟକ ଟକ୍କର ଦେଉଛନ୍ତି।

୧୦,୭୯୨ ମତଦାନ କେନ୍ଦ୍ରରେ ୫୨ ଜଣ ପ୍ରାର୍ଥୀଙ୍କ ପାଇଁ ୯୫,୧୪,୮୮୩ ମତଦାତା ଭୋଟ ଦେବେ । ମତଦାତାଙ୍କ ମଧ୍ୟରୁ ୪୬,୦୫,୬୯୪ ଜଣ ମହିଳା, ୪୯,୦୮,୫୭୫ ପୁରୁଷ ଓ ୬୧୫ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି । ସେପଟେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ଠାରୁ ପୋଲିଂ ବୁଥକୁ ବାହାରି ଯାଇଛନ୍ତି ପୋଲିଂ କର୍ମଚାରୀ । ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସହିତ ସମସ୍ତ ସାମଗ୍ରୀ ନେଇ ପୋଲିଂ କର୍ମଚାରୀ ଗତକାଲି ଠାରୁ ସମସ୍ତ ମୁନିସିପାଲିଟିରେ ପହଁଚି ଯାଇଛନ୍ତି । ଅନ୍ୟ ଦୂର ସ୍ଥାନ ଗୁଡିକରେ ଆଜି ସୁଦ୍ଧା ପୋଲିଂ କର୍ମଚାରୀ ପହଁଚିଯିବେ ବୋଲି ସୂଚନା ମିଳିଛି ।

ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟର ୭୨ ଲୋକସଭା ଆସନ ପାଇଁ କାଲି ଭୋଟ୍ । ମହାରାଷ୍ଟ୍ରର ୧୭, ଓଡ଼ିଶାର ୬, ଝାରଖଣ୍ଡର ୩, ମଧ୍ୟ ପ୍ରଦେଶର ୬, ପଶ୍ଚିମବଙ୍ଗର ୮, ଉତ୍ତର ପ୍ରଦେଶର ୧୩, ରାଜସ୍ଥାନର ୧୩ ଓ ଅନନ୍ତନାଗ ନିର୍ବାଚନ କ୍ଷେତ୍ରର ଏକ ଅଂଶ ସାମିଲ ହୋଇଛି । ଚତୁର୍ଥ ପର୍ଯ୍ୟାୟ ମତଦାନରେ ୯୬୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ସୁଭାଷ ଭାମରେ, ଓ ବାବୁଲ ସୁପ୍ରିମୋ, କଂଗ୍ରେସ ପ୍ରାର୍ଥୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ଓ ଅଧିର ରଞ୍ଜନ ଚୌଧୁରୀ ସହିତ ଅନେକ ହେବିୱେଟ୍ ନେତାଙ୍କ ସମେତ ୯୬୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ

Related Post

ମୁନିଗୁଡା ର କୁମୁଡ଼ାବାଲି ବ୍ରିଜ ନିକଟରେ ମାଓ ପୋଷ୍ଟର

Posted by - October 27, 2021 0
ମୁନିଗୁଡ଼ା:(ରମାକାନ୍ତ ପଢା଼ଳ)ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ଯ ରେ ତୁମ୍ଭି ତୋଫାନ୍ ଦେଖାଦେଇ ଥିବା ବେଳେ ବର୍ତ୍ତମାନ ମାଓବାଦୀଙ୍କ ପୋଷ୍ଟର ଯୋଗୁଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହିଭଳି ଏକ…

ମହିଳାଙ୍କ ଲୁହରେ ଭାସିଯିବେ ନିରଞ୍ଜନ ପଟ୍ଟନାୟକ: କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

Posted by - April 8, 2019 177
ଭୁବନେଶ୍ବର :୦୭/୦୪ କଂଗ୍ରେସ ରେ ଟିକେଟ ବଣ୍ଟନ କୁ ନେଇ ବହୁ କର୍ମୀ ଅସନ୍ତୁଷ୍ଟ ହେଇଥିବାର ନାଜିର ଆସୁଛି । ଧର୍ମଶାଳା ରେ କଂଗ୍ରେସ ସ୍ମୂର୍ତିରେଖା ପହି…

ମାଁର ମୃତ ଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ୬ ବିବାହିତ ଝିଅ

Posted by - February 10, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ମାଁ ମୃତ୍ୟୁ ପରେ ପାଖମାଡିଲାନି ଏକମାତ୍ର ପୁଅ, ଏପରି ପରିସ୍ଥିତିରେ ମାଁର ମୃତ ଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି 6 ବିବାହିତ…

ହାରିଯିବା ଭୟରେ ନିର୍ବାଚନୀ ହିଂସା କରୁଛି ବିଜେପି: ପ୍ରଣବ ପ୍ରକାଶ ଦାସ

Posted by - February 16, 2022 0
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବିଜେପି ଦଳର ହିଂସା ଓ ଅରାଜକତାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି ବିଜେଡି…

ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି ପକ୍ଷରୁ କଣ୍ଟାମାଳ ବ୍ଲକ୍ ଅଫିସ୍ ଘେରାଉ

Posted by - January 25, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେ ସମ୍ଭାବ୍ୟ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଅନେକ ଯୋଗ୍ୟ ହିତାଧୀକାରୀ ଙ୍କୁ…

Leave a comment

Your email address will not be published.