ସରିଆସୁଛି ନିର୍ବାଚନି ପ୍ରଚାରର ଦିନ । ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିବ । ଏଥିପାଇଁ ଯାଜପୁର ଜିଲାରେ ସରଗରମ ହେବାରେ ଲାଗିଛି ପ୍ରଚାର କାର୍ଯ୍ୟ । ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମବରଦାରେ ବିଜେପି ପକ୍ଷରୁ ଜନସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚଳିତ ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ରାଜ୍ୟବାସୀ ଏଥର ଖଣି ଚୋର,ଚିଟପଂଣ୍ଡଙ୍କ ବିରୋଧରେ ଭୋଟ ଦେବେ ବୋଲି କହିଥିଲେ । ଏଥିସହିତ ବରୀ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବିଶ୍ୱରଂଜନ ମଲ୍ଲିକଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି ଜନସଂକଳ୍ପ ସମାବେଶରେ ପୂର୍ବତନ ମନ୍ତ୍ରୀ ସମିର ଦେ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
Facebook Notice for EU!
You need to login to view and post FB Comments!