ଭୁବନେଶ୍ବର୨୩|୪:ପ୍ରଚାରର କେନ୍ଦ୍ରସ୍ଥଳରେ ଏବେ ଗୋଟିଏ ଶବ୍ଦ ଡବଲ୍ ଇଞ୍ଜିନ । ଆଜି କେନ୍ଦ୍ରାପଡ଼ା ଏବଂ ବାଲେଶ୍ବରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଁ ଆକ୍ଷେପ କରିଥିଲେ। ରାଜ୍ୟରେ ୫ ବର୍ଷ ବିଜେପିକୁ ସୁଯୋଗ ମିଳିଲେ ୧୯ ବର୍ଷରେ ଯେତିକି କାମ ହୋଇଛି ତାର ୫ ଗୁଣା ବିକାଶ କରାଇ ଦେଖାଇବେ ବୋଲି କହିଛନ୍ତି ମୋଦି। ତେଣୁ ଡବଲ୍ ଇଞ୍ଜିନ ଦରକାର ବୋଲି ଭୋଟରଙ୍କ ପାଖରେ ଜିଦି କରିଥିଲେ ମୋଦି।
ବାଲେଶ୍ବରରୁ କେନ୍ଦ୍ରାପଡ଼ା ମୋଦି ଡବଲ୍ ଇଞ୍ଜିନ ନାରା ଦେଉଥିବା ବେଳେ ନବୀନ ମୋଦିଙ୍କ ଇଞ୍ଜିନର ଗୁମର ତାଡ଼ିଛନ୍ତି । ଯଦି ବିକାଶ କରିଛ ତେବେ କାହିଁକି ରାଜସ୍ଥାନ, ମଧ୍ୟପ୍ରଦେଶ ଛତିଶଗଡ଼ରେ ବିଜେପି ଇଞ୍ଜିନ ଟ୍ରାକ୍ରୁ ଖସିଛି ବୋଲି ପ୍ରଶ୍ନ କରିଥିଲେ।