ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଯାଜପୁର ନିର୍ବାଚନ ମଣ୍ଡଳୀ ଗସ୍ତ

1097 0

ଯାଜପୁର:ଚଳିତ ନିର୍ବାଚନ ପାଇଁ ଯାଜପୁରରେ ରାଜନୈତିକ ସରଗରମ । ବିଜେପି ପକ୍ଷରୁ ପ୍ରଚାର ଜୋରଦାର । ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଯାଜପୁର ବିଜେପି ବିଧାୟକ ପ୍ରାର୍ଥୀ ଗୈାତମ ରାୟ ଓ ଯାଜପୁର ଲୋକସଭା ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକଙ୍କୁ ବହୁ ମାତ୍ରା ରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ । ଏହି ନିର୍ବାଚନୀ ସଭାରେ ଦଳ ସପକ୍ଷରେ ବକ୍ତବ୍ୟ ରଖବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରି ବର୍ତମାନ ର ଯାଜପୁର ବିଧାୟକ ଙ୍କ ବହୁ ଦୁର୍ନିତି ସହ ବ୍ଲାକରୋଜ ଦୁର୍ନିତି ରେ ସଂପୃକ୍ତ ଥିବାରୁ ତାଙ୍କୁ ଭୋଟ ନଦେବା କୁ ନିର୍ବାଚନମଣ୍ଡଳି ବାସୀ ଙ୍କୁ ଅନୁରୋଧ କରିଥିଲେ । ଧର୍ମେନ୍ଦ୍ର ତାଙ୍କ ଭାଷଣରେ ରାଜ୍ୟର ବିଜେଡି ସରକାରକୁ ଅପାରଗ ସରକାର ବୋଲି ଅଭିହିତ କରିବା ସହିତ ଏହି ଦୁର୍ନିତିଗ୍ରସ୍ତ ଗୁଣ୍ଡା ସରକାରକୁ ବଦଳାଇବାକୁ ଆହ୍ୱାନ କହିଥିଲେ । ଡବଲ ଇଞ୍ଜିନର ପ୍ରସଙ୍ଗ ରଖି ସେ କହିଲେ ଚଳିତ ନିର୍ବାଚନ ରେ ବିଜେପିର ଡବଲ ବିଜୟ ହେବ ବୋଲି କହିଥିଲେ ।

Related Post

ପୌରପାଳିକା ର ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ବଣ୍ଟନ

Posted by - April 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ପୌରପାଳିକା ର ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।…

ଅସରାଏ ବର୍ଷାରେ ରାଜଧାନୀର ହାଲ୍‌ ପୁରାପୂରି ବେହାଲ୍

Posted by - August 23, 2019 583
ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନେଶ୍ବର ବେହାଲ ହୋଇପଡିଛି । ଶୁକ୍ରବାର ସକାଳୁ ​‌ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପାଣି ଜମି…

୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ…

ବେଲଗୁଣ୍ଠା ଅଧ୍ୟକ୍ଷ ପଦ ହାତେଇଲା ବିଜେଡି:୧୩ ରୁ ୧୩ ୱାର୍ଡରେ ଦଳର କ୍ଲିନ୍ ସୁଇପ୍

Posted by - March 26, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ପ୍ରତୀକ୍ଷିତ ପୌର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି ।ବେଲଗୁଣ୍ଠା ଏନଏସିରେ ବିଜେଡିର ତାର ଆଧିପତ୍ୟ ଜାହିର୍ କରି ଅଧ୍ୟକ୍ଷ ପଦରେ ବିପୁଳ…

ବିଧାୟକଙ୍କ ଦ୍ୱାରା ଅନାଥ ଓ ଦିବ୍ୟାଙ୍ଗ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

Posted by - May 21, 2022 0
କୋରାପୁଟ :(ଏସ୍ ସୁନ୍ଦରମ୍) କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଦୋରା କଲ୍ୟାଣ ମଣ୍ଡପ ଠାରେ ୱାର୍ଲର୍ଡ ଭିଜନ ଏନଜିଓ ତରଫରୁ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

Leave a comment

Your email address will not be published.