ସରକାରୀ ସହାୟତା ଅପେକ୍ଷାରେ ମସ୍ତିଷ୍କ ରୋଗୀ ପରଦେଶୀ ବଗର୍ତ୍ତୀ

947 0

ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ଗ୍ରାମର ଦିନ ମଜୁରିଆ ଗରିବ ଲୋକ ପରଦେଶୀ ବଗର୍ତ୍ତୀ(୪୯) ଦୀର୍ଘ ୬୫ ବର୍ଷ ହେବ ବାପା ଅଜା ଅମଲରୁ ଟିଟିଲାଗଡ ରୁ ଆସି ଲସ୍ତଲାର ହାଟପଦାରେ ସ୍ତ୍ରୀ ସମାରିଙ୍କ ସହ ତିନୋଟି ଝିଅ ଓ ଏକମାତ୍ର ୮ ବର୍ଷର ପୁତ୍ର ସଞ୍ଜିବ କୁ ନେଇ ବସବାସ କରିଆସୁଛନ୍ତି ।ସମସ୍ତଙ୍କ ପରି ନିଜ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇବା ପାଇଁ ପରଦେଶୀଙ୍କ ଦେଖିଥିବା ସ୍ୱପ୍ନ ଅଧୁରା ରହିଗଲା।ଭାଗ୍ୟର ବିଡମ୍ବନା ଯେ ଦିନେ ବିଲରେ ଔଷଧ ସିଞ୍ଚନ କରି ଫେରିବାବେଲେ ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇଯିବାରୁ ପ୍ରଥମେ ବରଗଡ ଓ ପରେ ବୁର୍ଲା ଡାକ୍ତରଖାନାକୁ ନିଆଗଲା ମଝିରେ ମଝିରେ ଭର୍ତ୍ତି କରାଇବା ଯୋଗୁଁ ହାତରେ ଥିବା ସମସ୍ତ ଅର୍ଥ ଖର୍ଚ୍ଚ ହୋଇଗଲା ।

ଘରେ ନିଜେ କେବଲ ରୋଜଗାର କ୍ଷମ ଥିବାବେଲେ ଘର ଚଲାଇବା କଷ୍ଟକର ହୋଇଗଲା ପରଦେଶୀଙ୍କର ।ବଡ ଝିଅଟି ବାଧ୍ୟ ହୋଇ ଦଶମ ଶ୍ରେଣୀ ପାଠ ପଢା ଛାଡି ଏବେ କୁଲି ମଜୁରି କାମ କରିବାକୁ ଯାଉଥିବାବେଲେ ପେଟ ପାଇଁ ଆହାର ଯୋଗାଣ ଓ ବାପାଙ୍କ ଔଷଧ ଖର୍ଚ୍ଚ ଯୋଗାଇବା ଅତି କଷ୍ଟକର ହୋଇପଡିଛି ।ତେଣୁ ଚିକିତ୍ସା ପାଇଁ ପରିବାର ବର୍ଗ ଜିଲ୍ଲା ପ୍ରସାଶନକୁ କିଛି ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି ।

Related Post

ସ୍ମାର୍ଟ ସିଟି ଭୁବନେଶ୍ବର ରେ ପତ୍ର ହଲିଲେ ବିଦ୍ୟୁତ୍‌ କାଟ,ଘନଉଛି ଜନ ଅସନ୍ତୋଷ

Posted by - June 15, 2021 0
ଭୁବନେଶ୍ବର : ନାଁକୁ ମାତ୍ର ସ୍ମାର୍ଟ ସିଟି ଭୁବନେଶ୍ବର। ରାଜଧାନୀବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇଦେବା ଲାଗି ଏକ ଦଶନ୍ଧି ହେଲା ଯୋଜନା ପରେ ଯୋଜନା…

ଭୁବନେଶ୍ବରରେ ୪୬.୮୬% ମତଦାନ

Posted by - April 25, 2019 0
ସରକାରଙ୍କ ସବୁ ସୁବିଧା ସୁଯୋଗ ଯେଉଁ ଲୋକ ପାଉଛନ୍ତି ସେମାନେ ‌ହିଁ ସରକାରଙ୍କୁ ଭୋଟ୍‌ ଦେଉନାହାନ୍ତି। ଯେଉଁମାନେ ରାଜ୍ୟ ସରକାରଙ୍କ ‌ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ହିଁ…

ବରୀ -ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟ ରେ ସଡକ ଦୁର୍ଘଟଣା ର LIVE

Posted by - January 2, 2020 0
ବରୀ: ସ୍ନେହାଂଶୁ ଶେଖର ମହାନ୍ତି ଗୁରୁବାର ବରୀ -ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟ ରେ ପୁଣି ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ…

ବଞ୍ଚିଥିବା ରୋଗୀଙ୍କୁ ଡାକ୍ତରଙ୍କ ମୃତ ଘୋଷଣା ପରେ ବ୍ୟବଚ୍ଛେଦ ପୂର୍ବରୁ ରୋଗୀ ହେଲେ ଜୀବିତ

Posted by - March 19, 2019 59
ଭଦ୍ରକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ରୋଗୀଙ୍କ ପାଇଁ ଯମ ପାଲଟି ଯାଇଛନ୍ତି। ବଞ୍ଚିଥିବା ରୋଗୀଙ୍କୁ ଡାକ୍ତରଙ୍କ ମୃତ ଘୋଷଣା ପରେ ବ୍ୟବଚ୍ଛେଦ ପୂର୍ବରୁ ରୋଗୀ…