କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରତିବାଦରେ ସ୍ଵର କୁ ଶାଣୀତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର, ମଣିପୁର, ମିଜୋରାମ୍ ପ୍ରଦେଶ କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ। ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ “ଯଦି ରାଜ୍ୟ ସରକାରଙ୍କ ଲାଜ ସରମ ଅଛି ତା ହେଲେ ରାଜ୍ୟ ସରକାର ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ ଓ ଗିରଫ କରନ୍ତୁ, ନିଜକୁ ସ୍ଵଚ୍ଛ ବୋଲାଉଥିବା ସରକାର ଏ ପର୍ଯ୍ଯନ୍ତ ମନ୍ତ୍ରୀ ଙ୍କୁ କାହିଁକି ବରଖାସ୍ତ କରି ନାହାଁନ୍ତି ଓ ତୃତୀୟ ମହଲା ନିରୁତ୍ତର କାହିଁକି?
ବୋଲି ପ୍ରଶ୍ନ କରିବା ସହ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗୋବିନ୍ଦ ଙ୍କ ସମେତ ପ୍ରତ୍ୟେକ ଅଭିଯୁକ୍ତ ଲୋକଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ଭବାନୀପାଟଣା ର ଯେଉଁ ଲଜ ମନ୍ତ୍ରୀ ଙ୍କ ଆଡ୍ଡାସ୍ଥଳୀ ଥିଲା ତାର ତଦନ୍ତ ସହ ଲଜ ମାଲିକଙ୍କ ସହ ମନ୍ତ୍ରୀ ଙ୍କ ସମ୍ପର୍କ, ମଲ ଓ ରିଏଲ ଇଷ୍ଟେଟ ସମ୍ପର୍କରେ ତଦନ୍ତ କରାଯାଉ ” ବୋଲି ଦାବି କରିବା ସହ ତିରିଶ ତାରିଖ ସୁଦ୍ଧା ସରକାର ନିଷ୍ପତ୍ତି ନେବାକୁ କହିଛନ୍ତି ଅନ୍ୟଥା ଆହୁରି ଭୟଙ୍କର ସ୍ଥିତି ହେବ ଯାହାକି ସରକାର ଚିନ୍ତା କରି ପାରିବେ ନାହିଁ ବୋଲି କହିଛନ୍ତି।