ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଖିଣ୍ଡାଠାରେ NLC IL କମ୍ପାନୀ ତରଫରୁ ଆମ୍ବୁଲାନ୍ସ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା l ପରେ ଜଣା ପଡିଲା ଜେ ଆମ୍ବୁଲାନ୍ସ ଟି ଦଶବର୍ଷ ର ପୁରୁଣା ଗାଡି ଅଟେ। ଯାହାର ଫିଟନେସ ନାହିଁ କି polution certificate ବି ନାହିଁ l ଉକ୍ତ ଗାଡି କୁ ଲୋକାର୍ପଣ କରିବା ପାଇଁ NLC IL କମ୍ପାନୀ ସ୍ଥାନୀୟ ବିଧାୟକ ନାଉରୀ ନାୟକ ଏବଂ ସମ୍ବଲପୁର ସାଂସଦ ଶ୍ରୀ ନୀତିଶ ଗଂଗଦେବ କୁ ନିମନ୍ତ୍ରଣ କରିଥିଲା I
ପରେ ସାଂସଦ ଏବଂ ବିଧାୟକ ଏହା ଜାଣିବାରୁ ଅଧା ବାଟ ରୁ ଫେରି ଗଲେ I BJP ଜିଲ୍ଲା ପ୍ରତିନିଧି ଚନ୍ଦ୍ରଶେଖର ରାଉତ ଙ୍କୁ ପଚାରି ବୁଝିବାରୁ ସେ କହିଲେ ଯଦି କମ୍ପାନୀ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଠକୁଛି ତ ସାଧାରଣ ଜନତା କେତେ ହଇରାଣ ହେଉନଥିବେ ସେ କଥା କିଏ ବା କହିବ I ଏଠାରେ ଥିବା NLC IL କମ୍ପାନୀ ଇଂରେଜ ଶାସନ ଠୁ ବି ଟପି ଗଲାଣି I ଲୋକଙ୍କର ଜମି ନେଇ ଲୋକଙ୍କୁ ରୋଜଗାର ନ ଦେଇ ରାତି ଅଧିଆ ଲୋକଙ୍କର ଜମିରେ ମାଟି ପକାଇ ଦେଉଛି ଏବଂ ସ୍ଥାନୀୟ ପୁଲିସ ପ୍ରଶାସନକୁ କମ୍ପାନୀ ହାତବାରିସି କରି କାମ କରୁଛି। ଯାହା ଦ୍ୱାରା ଖିଣ୍ଡା ଅଂଚଳ ରେ ଏକ ଅଶାନ୍ତି ର ବାତା ବରଣ ସୃଷ୍ଟି ହେଉଛି।