ସୋନପୁର:(ଅଜିତ୍ କୁମାର୍ ପୁଝାରି)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି । ଆଜି ସଂନ୍ଧ୍ଯାରେ ମାଲିକ ସାହୁ ଓ ତାଙ୍କ ସ୍ତ୍ରୀ ଉଲୁଣ୍ଡା ବ୍ଲକ କୋଟସମଲାଇରୁ ବିନିକା ବ୍ଲକ ସିଂଘିଯୁବା ବାଇକ ଯୋଗେ ଫେରୁଥିବା ବେଳେ ବିଶାଲପାଲି ଛକ ନିକଟରେ ହମ୍ପ୍ସ ଥିବାରୁ ଗାଡି ର ଗତି କମ କରିବା ବେଳେ ଦୁଇ ଜଣ ଯୁବକ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ପଛରେ ବସିଥିବା ମାଲିକ ସାହୁଙ୍କ ଧର୍ମପତ୍ନୀଙ୍କ ଠାରୁ ଭେନେଟି ବ୍ୟାଗ ଛଡାଇ ନେଇଥିଲେ ।
ସଂନ୍ଧ୍ୟା ସମୟରେ ବାଇକ ଯୋଗେ ଫେରୁଥିବା ଯୋଗୁଁ ତାଙ୍କର ସବୁ ସୁନା ଗହଣା ବ୍ୟାଗରେ ଥିବା ବେଳେ ଦୁର୍ବୁତ୍ତମାନେ ବ୍ୟାଗଟିକୁ ଛଡାଇ ନେଇଛନ୍ତି ।ବର୍ତ୍ତମାନ ବିନିକା ପୋଲିସ ଘଟଣାସ୍ଥଳକୁ ପହଂଚି ଅନୁସନ୍ଧାନ ଜାରୀ ରଖିଛି ।