ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ତାଲବ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ବଏଲଯାତ୍ରା। ତାଲବ ଗ୍ରାମର ପ୍ରସିଦ୍ଧ ବଏଲଯାତ୍ରାର ବିଶେଷତ୍ୱ ହେଉଛି ଏଠାରେ ହେଉଥିବା ଯାତ୍ରା ରେ କୋଣସି ପଶୁବଳି ଦିଆଯାଏନାହି । ବରଂ ଏଠାରେ ଯାତ୍ରା ଉପଳକ୍ଷେ ମାଁ ସମଲେଶ୍ବରୀ ଙ୍କ ନିକଟରେ ଜୁଗାର ଭୋଗ ମାଁ ଙ୍କୁ ଅର୍ପଣ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ୧୧ଫୁଟ ଉଚ୍ଚତା ବିଶିଷ୍ଟ ଜୁଗାର ତିଆରି କରାଯାଇ ମାଁ ଙ୍କ ନିକଟରେ ଭୋଗ ଅର୍ପଣ କରାଯାଇଥିଲା ।
ସମ୍ବଲପୁର ସହରଠାରୁ ୧୫ କିମି ଦୂରତା ରେ ଥିବା ତାଲବ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ବଏଲଯାତ୍ରା । ଚଳିତ ବର୍ଷ ସମଲେଶ୍ବରୀ ପୁଜା କମିଟି ତାଲବ ପକ୍ଷରୁ କୋଭିଡ କଟକଣା ମଧ୍ୟରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ତାଲବ ଠାରେ ବଏଲଯାତ୍ରା ହେଉଛି ସତାଧିକ ବର୍ଷ ର ଐତିହାସିକ ପରମ୍ଫରା । ତେବେ ଏହି ଯାତ୍ରା ର ସବୁଠୁ ବଡ ବିଶେଷତ୍ତ୍ବ ହେଲା ଯେ ଗ୍ରାମର ଆରାଧ୍ୟଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ କୋଣସି ପଶୁବଳି ଦିଆଯାଏନାହି । ଏହାସହ ଯଦି କାହାର ମାନସିକ ପୁରଣ ହୋଇଥାଏ ତେବେ ସେମାନେ ମାଁ ଙ୍କ ଠାରେ ଜୁଗାର ଭୋଗ ଆଣି ଅର୍ପଣ କରିଥାନ୍ତି। ତେବେ ଚଳିତ ଥର ସବୁ ବଏଲଯାତ୍ରା ୨୦୨୧ ଟି ସଂପୂର୍ଣ୍ଣ ନିତି ନିୟମ ସହ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ ର ଏହି ତାଳବ ବଏଲଯାତ୍ରା ରେ ୧୧ଫୁଟ ଉଚ୍ଚର ଜୁଗାର ର ତିଆରି କରାଯାଇ ମାଁ ଙ୍କ ଠାରେ ଭୋଗ ଲଗାଯାଇଥିଲା । ଏହି ଜୁଗାର ଟି ଏକ କୁଇଣ୍ଟାଲ ୧୧ କେଜି ଧାନରେ ଲିଆ ପ୍ରସ୍ତୁତ କରାଯାଇ ଗୁଡ ସହ ମିଶ୍ରଣ କରାଯାଇ ତିଆରି କରାଯାଇଛି ଏହି ଜୁଗାର । ତାଲବ ଠାରେ ବର୍ଷକ ରେ ଥରେ ଅନୁଷ୍ଠିତ ହେଉଥିବା ମାଁ ସମଲେଶ୍ବରୀ ଙ୍କ ଏହି ଯାତ୍ରା ଦେଖିବାକୁ ଗ୍ରାମର ସବୁ ଘର ମାନଙ୍କ ରେ କୁଣିଆ ଆସିଥାନ୍ତି । ପ୍ରାୟ ୨୦୦ ବର୍ଷ ରୁ ଉର୍ଦ୍ଧ୍ବ ପୁରୁଣା ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥାଏ ଗ୍ରାମରେ । ବଏଲଯାତ୍ରା ରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଜଣେ ବ୍ୟକ୍ତି ଙ୍କ ଶରୀର ରେ ବରୁଆ ଆସିଥାଏ । ପରେ ବାଦ୍ୟର ତାଲେ ତାଲେ ବରୁଆ ସମଗ୍ର ଗ୍ରାମ ରେ ପରିଭ୍ରମଣ କରିଥାନ୍ତି । ଏହି ସମୟରେ ମାନସିକ ଧାରୀ ଲୋକେ ରାସ୍ତା ରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ପାଇଁ ଉପସ୍ଥିତ ରହିଥାନ୍ତି । ସାଧାରଣତଃ ବଏଲଯାତ୍ରା କହିଲେ ପଶୁବଳି କୁ ବୁଝାଯାଇଥାଏ ତେବେ ତାଲବ ଗ୍ରାମର ବଏଲଯାତ୍ରା ରେ ଜୁଗାର କୁ ଭୋଗ ଦିଆଯାଇ ଏକ ଅନ୍ୟନ ପରମ୍ଫରା ସୄଷ୍ଟି କରାଯାଇପାରୁଛି ।