କନ୍ଧମାଳ : ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ବଡ଼ ଧରଣର ଲାଲ୍ ହିଂସା। କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଗୋଛାପଡ଼ାରେ ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଫିରିଙ୍ଗିଆରେ ପୋଲିଂ ପାର୍ଟିଙ୍କ ଗାଡ଼ି ଜାଳିଦେଲେ ଲାଲବାହିନୀ। ଏହି ଦୁଇଟି ଘଟଣା ପରେ ମାଓ ଇଲାକାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୋଟ୍ ପୂର୍ବରୁ କନ୍ଧମାଳର ଦୁଇ ଦୁଇଟି ସ୍ଥାନରେ ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ଗୋଛାପଡ଼ା-ବାନ୍ଦାପାଡା ଠାରେ ମାଓବାଦୀଙ୍କ ଗୁଳିମାଡରେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁଳିମାଡରେ ନିହତ ସୁପରଭାଇଜର ସଂଯୁକ୍ତ ଦିଗାଲ୍ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ନିର୍ବାଚନ କାର୍ଯ୍ୟରେ ଥିବା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ଜଣାପଡ଼ିଛି।