ଭୁବନେଶ୍ବର ୧୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ହେଲିକାପ୍ଟର ଯାଞ୍ଚ କରିଛନ୍ତି ଇସିଆଇଙ୍କ ଫ୍ଲାଇଂ ସ୍କ୍ବାର୍ଡ । ଗତକାଲି ରାଉଲକେଲାରେ ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ପହଁଚିବା ପରେ ସେଠାରେ ପହଁଚିଥିଲେ ଫ୍ଲାଇଙ୍ଗ ସ୍କ୍ବାର୍ଡ ।ମୁଖ୍ୟମନ୍ତ୍ରୀ ବସିଥିବା ହେଲିକପ୍ଟର ଯାଞ୍ଚ ବେଳର
ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ଭିଡିଓଟି ଗତକାଲିର ବୋଲି ସୂଚନା ମିଳିଛି। ରାଉରକେଲାକୁ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯିବାବେଳେ ରଘୁନାଥପାଲୀ ଆଇଡିଏଲ୍ ହେଲିପ୍ୟାଡରେ ହେଲିକପ୍ଟର ଯାଞ୍ଚ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।