ଭୁବନେଶ୍ୱର : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ ଦିନ ତଳେ ବିଜେଡିର ଗୁଣ୍ଡାଲୋକ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି।
ବିଜେପି ସରକାର ଆସିଲେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। ଓଡ଼ିଶାରୁ ଗୁଣ୍ଡାରାଜ ଦୂର କରିବା ପାଇଁ ଆମେ ବଦ୍ଧ ପରିକର। ମୋଦି ଅଛି, ତେଣୁ ବିଜେଡି ଗୁଣ୍ଡାଙ୍କୁ ଡରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।