Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ମାଆଙ୍କ ଚିତାରେ ଜୁଇ ଦେଲା ଝିଅ

474 0

ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡଭେଲି ପଦର ଗ୍ରାମରେ ଆଜି ଏକ ଅଭାବ ନିୟ ଦୃଶ୍ୟ ଦେଖିବାକୁ ମିଳିଛି l ଗ୍ରାମର ଅସହାୟ ମହିଳା ମୁକ୍ତା ସାହୁଙ୍କ ଆଜି ବିୟୋଗ ହୋଇଯିବା ପରେ ତାଙ୍କର ଝିଅ ସୀମା ସାହୁ ଗାଆଁ ମଶାଣୀକୁ ଯାଇ ମାଆଙ୍କ ମୁଁହରେ ନିଆଁ ଦେବା ସହ ଜୁଇରେ ଅଗ୍ନି ସଂଯୋଗ କରିଥିଲେ | ହିନ୍ଦୁ ସଂସ୍କୃତି ଅନୁଯାଇ ପୁଅ ମାନେ ହିଁ ବାପା ମାଆଙ୍କ ଶୁଦ୍ଧି ସଂସ୍କାରର ଅଧିକାରୀ ବୋଲି ଆମ ସମାଜରେ ଥିବା ନିୟମକୁ ନ ମାନି ନିଜ ଜନ୍ମ କଲା ମାଆଙ୍କ ଚିତାରେ ଜୁଇ ସଂଯୋଗ କରି ବାସ୍ତବରେ ଉଦାହରଣ ସୃଷ୍ଟି କରିଛନ୍ତି ସୀମା ସାହୁ l ସୂଚନା ଅନୁଯାୟୀ ପିଲାଟି ଦିନରୁ ବାପାଙ୍କୁ ହରାଇ ମାଆ ସହ ଗୁଦଭେଲିପଦର ରହୁଥିଲେ ସୀମା l

ମାଆ ମୁକ୍ତା ସାହୁ ଗାଆଁ ସ୍କୁଲରେ ରୋଷେଇ କରି ଉଭୟଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରୁଥିଲେ | ବର୍ତ୍ତମାନ ମୁକ୍ତାଙ୍କ ମୃତ୍ୟୁ ପରେ ସୀମା ଏକୁଟିଆ l ଆଜି ମାଆଙ୍କ ମ୍ରୁତ୍ୟୁ ହେବା ପରେ ଗାଆଁ ଓ ଜାତି ଲୋକଙ୍କ ସହାୟତାରେ ଶେଷ କୃତ୍ଯ ସମ୍ପନ୍ନ କରିଛନ୍ତି! ଆଗାମୀ ଦିନରେ ସାରା ଜୀବନ ଚଲିବେ କେମିତି ଏ ପ୍ରଶ୍ନର ଉତ୍ତର ଖୋଜି ପାଉନାହାନ୍ତି ସୀମା l ଜିଲ୍ଲା ପ୍ରଶାସନ ଅସହାୟ ଓ ଏକାକିନୀ ଥିବା ପିତୃ ମାତୃହରା ସୀମାକୁ ସହାୟତାର ହାତ ବଢାଇବାକୁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି |

Related Post

୧୦ ବର୍ଷର ପୁରୁଣା ଆମ୍ବୁଲାନ୍ସ ଉଦଘାଟନକୁ କରିବାକୁ ନିମନ୍ତ୍ରଣ

Posted by - October 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଖିଣ୍ଡାଠାରେ NLC IL କମ୍ପାନୀ ତରଫରୁ ଆମ୍ବୁଲାନ୍ସ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା l ପରେ ଜଣା ପଡିଲା ଜେ ଆମ୍ବୁଲାନ୍ସ ଟି ଦଶବର୍ଷ ର…

ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ପ୍ରୟାସ,ପର୍ଯ୍ୟଟକ ମାନଚିତ୍ରରେ ପ୍ରମୁଖ ସ୍ଥାନ ଲାଭ କରିବ ବୌଦ୍ଧ ଜିଲ୍ଲା

Posted by - June 27, 2021 0
ବୌଦ୍ଧ:(ଚିତରଂଜନ ସିଂ)ବୌଦ୍ଧ ଜିଲ୍ଲାରେ ଭରପୁର ହୋଇ ରହିଛି ପର୍ଯ୍ୟଟନ ବିଭବ । ଜିଲ୍ଲାକୁ ଘଂଚ ଅରଣ୍ୟ, ସଉଚ୍ଚ ପର୍ବତ, ମୁଣ୍ଡିଆ, ସ୍ରୋତସିନୀ ସୁନ୍ଦର ଝରଣାର ସଜାଇ ଦେଇଛି…

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ମିଳୁନାହିଁ ଅଲଟ୍ରାସାଉଣ୍ଡ ସେବା

Posted by - March 19, 2021 0
ଅନୁଗୋଳ : ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍‌ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା ଡାକ୍ତର…

ଏକଜିଟ୍ ପୋଲକୁ ନେଇ ରାଜ୍ୟ ରାଜନୀତି ସରଗରମ : ବିଜେଡି, ବିଜେପି, କଂଗ୍ରେସ ନିଜ ନିଜ ହିସାବରେ ନିଜେ ଖୁସୀ

Posted by - December 8, 2018 0
ରାଜସ୍ଥାନରେ ବିଜେପିକୁ ମାତ୍ ଦେବ କଂଗ୍ରେସ। ମଧ୍ୟପ୍ରଦେଶ ଓ ଛତିଶଗଡରେ ପଦ୍ମ ଓ ହାତ ଭିତରେ କାଣ୍ଟେ କି ଟକ୍କର। ଦୁଇ ରାଜ୍ୟରେ ଶାସନରେ ଥିବା ବିଜେପିର…

ଯୁବତୀଙ୍କୁ ସାଙ୍ଗରେ ହାଇଦ୍ରାବାଦ ନେଇ ଆଇନ ଉଲଂଘନ କରିନାହିଁ : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Posted by - November 28, 2019 0
ଭୁବନେଶ୍ୱର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଆଜି ବିଧାନସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବି…