Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କଳାହାଣ୍ଡିରେ ଲାଖମରା ଉତ୍ସବ ପାଳିତ

484 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ପବିତ୍ର ପାର୍ବଣ ଅବସରରେ ସମଗ୍ର ଜନସମାଜ ଚଳଚଞ୍ଚଳ ହୋଇ ଉଠିଥିଲା। ମାଁଙ୍କ ବିଭିନ୍ନ ରୀତିନୀତି କୁ ଅତି ନୈଷ୍ଠିକତାର ସହ ସମ୍ପାଦନା କରିଥିଲେ  ସମସ୍ତ୍ରେ ।

କାରୁଣ୍ଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ବିଶ୍ଵ ପ୍ରସିଦ୍ଧ ଛତର ଯାତ୍ରା ସୁରୁଖୁରୁରେ ସମ୍ପାଦିତ ହୋଇଥିବା ବେଳେ ଲାଖମରା ଉତ୍ସବ ମଧ୍ଯ ବିଧି ଓ ପରମ୍ପରା ମୁତାବକ ପାଳିତ ହୋଇଯାଇଛି। ମା ମାଣିକେଶ୍ଵରୀ ଙ୍କ ପ୍ରତୀକ ଙ୍କୁ ଏକ ପଟୁଆର ରେ ସହର ଉପକଣ୍ଠସ୍ଥ ଲାଖ ମରା ପଡିଆ କୁ ନେଇ ଅବସ୍ଥାପିତ କରି ପୂଜାର୍ଚ୍ଚନା କରାଯାଇଥିଲା। ଖୋଦ୍ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ମଧ୍ଯ ବିଧି ମୁତାବକ ମାଁ ଙ୍କ ପୂଜାର୍ଚ୍ଚନା କରିଥିଲେ।

ଲକ୍ଷ୍ୟ ଭେଦ ବା ଲାଖ ମରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜୟ ଯାତ୍ରାର ପ୍ରତୀକ ସ୍ୱରୁପ ବିଧି ଅନୁଯାୟୀ ଏକ ସୁ ଉଚ୍ଚ ଖମ୍ବ ରେ ମା ମାଣିକେଶ୍ଵରୀ ଙ୍କ ପ୍ରସାଦ ଥିବା ଏକ ହାଣ୍ଡି କୁ ଲକ୍ଷ୍ୟଭେଦ ପାଇଁ ପ୍ରତିଯୋଗିତା ହୋଇଥାଏ। କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିଙ୍କୁ ପୁରସ୍କୃତ ବ୍ୟବସ୍ଥା ରହିଥିବା ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ସମେତ ରାଜ ପରିବାର ର ସଦସ୍ୟ ବହୁ ଜନସାଧାରଣ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। କଥିତ ଅଛି ଯେ ମାଁଙ୍କ ଛତର ଯାତ୍ରା ସମୟରେ ଯେଉଁମାନେ ମାଙ୍କ ଦର୍ଶନ କରିପାରନ୍ତି ନାହିଁ ସେମାନେ ଏହି ପଡିଆରେ ମାଁ ଙ୍କ ଦର୍ଶନ ଲାଭ କରିଥାନ୍ତି।

Related Post

ବୌଦ୍ଧ ବନଖଣ୍ଡ ବିଭାଗ ତରଫରୁ ପକ୍ଷୀ ଗଣନା ଶେଷ,ଚଳିତ ବର୍ଷ ୧୮୮୬ ପକ୍ଷୀଙ୍କ ଆଗମନ

Posted by - January 7, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜାତୀୟ ପକ୍ଷୀ ଗଣନା ଦିବସ ଉପଲକ୍ଷେ ବୌଦ୍ଧ ବନଖଣ୍ଡ ତରଫରୁ ବୌଦ୍ଧ ରେଞ୍ଜ, ପୁରୁଣାକଟକ ରେଞ୍ଜ, କଣ୍ଟାମାଲ ରେଞ୍ଜ, ମାଧପୁର ରେଞ୍ଜ ଅଂଚଳରେ ପକ୍ଷୀ…

ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା

Posted by - March 20, 2021 0
ଭୁବନେଶ୍ବର: ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା। ଏବେ ପୁଣି ଥରେ ସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି…

ଧୁମ୍ ଧାମରେ ଚାଲିଛି ସିର୍ଜାପାଲି ଧନୁଯାତ୍ରା ,ଦେଖିବାକୁ ମିଳୁଛି ପ୍ରବଳ ଜନ ସମାଗମ

Posted by - March 24, 2023 0
କେସିଙ୍ଗା:(ପ୍ରିତେଶ୍ ପଟେଲ୍) ବିଶ୍ଵାପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କୁ ପାଥେୟ କରି ଆଜି ପୁର ପଲୀ ରେ ମଧ୍ୟ ଧନୁଯାତ୍ରା ବେଶ ଆଦର ଲାଭ କରିପାରିଛି l କଳାହାଣ୍ଡି…

ବ୍ୟାପକ ଗଞ୍ଜେଇ ସହ ଦେଇ ଦେଶି ବନ୍ଧୁକ ଜବତ୍ କଲା କଣ୍ଟାମାଳ ପୋଲିସ

Posted by - April 28, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ୍ ଏକ ବଡ଼ ଧରଣର ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଜବତ କରିଛି | ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର…