ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର “ତ୍ରିବେଣୀ ଛକ “ବସଷ୍ଟାଣ୍ଡ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜା ପାଳିତ ହୋଇଛି!ଦୀର୍ଘ ୩୧ ବର୍ଷ ଧରି ମା ଙ୍କ ପୂଜା ଗ୍ରାମବାସି ଙ୍କ ମିଳିତ ସହଯୋଗରେ ହୋଇଆସୁଅଛି!ସେହି ଭଲି ଚଳିତ ବର୍ଷ ର ପୂଜା ଆଜିସକାଳେ ନାମ ସଂକୀର୍ତ୍ତନ୍ୟ କରି ଶୁଭ କଳସରେ ଲଷ୍ମୀନାଳ ରୁ ମା ଗଙ୍ଗା ଙ୍କୁ ଆବାହନ କରି ପୂଜା ମଣ୍ଡପକୁ ଅଣାଯାଇ ଶୁଭକାଳସ ସ୍ଥାପନ କରାଯାଇ ମା ଦୁର୍ଗା ଙ୍କ ପୂଜା ଆରମ୍ଭ ହୋଇଥିଲା!
ଗ୍ରାମର ସଭାପତି ରାଘବ ବେହେରା, ସମ୍ପାଦକ ସୁରେନ୍ଦ୍ର ଦେହୁରୀ, ଗ୍ରାମ୍ୟ କମିଟି, ପୂଜା କମିଟିର ସଦସ୍ୟ ରାଜବ ବେହେରା, ସୁଶାନ୍ତ କୁମାର ବେହେରା, ବିପୁନ ବେହେରା, ଭାଗିରଥି ସେଠି, ପରଦେଶୀ ସେଠି, ଇତ୍ୟାଦି ଙ୍କ ସଂପୂର୍ଣ ସହଯୋଗରେ ଚନ୍ଦ୍ରଶେଖର ପୁରୋହିତ ଓ ଅପରନେସ ପୁରୋହିତ ଙ୍କ ପୈlରହିତl ରେ ଗ୍ରାମର ଗୌନ୍ତିଆ ରଶ୍ମିରଂଜନ ବାଘ ଓ ଧର୍ମ ପତ୍ନୀ ମିନତୀ ବାଘ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା!କୋଭିଡ ନିୟମ ର ସମସ୍ତ ନିୟମ ପାଳନ କରି ଏହି ଶାରଦୀୟ ଦୁର୍ଗାପୂଜା କରିବା ପାଇଁ ଗ୍ରାମର ସମସ୍ତେ ସଂକଳ୍ପ ବଦ୍ଧ ହୋଇ ଆଜି ନବମୀ ପୂଜା ଆରମ୍ଭ କରାଯାଇଛି!