Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ

444 0

ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ତା ୧୧ / ୧୦ ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ର ଜିଲ୍ଲା ସମାଜ କଲ୍ଯାଣ ବିଭାଗ ପକ୍ଷରୁ ଆଜି ନବରଙ୍ଗପୁର ବ୍ଲକ କାର୍ଯ୍ୟ।ଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ଅଧକ୍ଷତା ରେ ଅନୁଷ୍ଟିତ ଏହି ସମାବେଶରେ ପାରମ୍ଭରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଦିବସର ଉଦେଶ୍ୟ ବିଷୟରେ ଆଲୋକ ପାତ କରି କହିଲେଯେ ପ୍ରତେକ ଝିଅ ମାନଙ୍କର ସୁରକ୍ଷା ଓ ଉଜ୍ଜଳ ଭବିଷ୍ୟତ ହିଁ ସରକାରଙ୍କ ଲକ୍ଷ । କରୋନା ଭଳି ମହାମାରୀ ସାମୟରେ ଡିଜିଟାଲ ବେବସ୍ଥା ଗୁରୁତ୍ଵ ଆମେ ସମସ୍ତେ ଉପଲବ୍ଧ କରିଛେ । ଚଳିତ ବର୍ଷ ଶିଶୁ କନ୍ୟା ଦିବସ ର ବାର୍ତ୍ତା ରହିଛି “ଡିଜିଟାଲ ଜେନେରେସନ, ଆୱାର ଜେନେରେସନ “।

ନିଜର ବକ୍ତବ୍ୟ ରେ ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ କହିଲେ ଯେ ପୁଅ ମାନଙ୍କ ଠାରୁ ଝିଅ ମାନେ କୌଣସି ଗୁଣରେ କମ ନୁହଁନ୍ତି । ଖୁସିର କଥା ଆମ ଜିଲ୍ଲାରେ ପୁରୁଷ ମାନଙ୍କ ଅନୁପାତରେ ରେ ମହିଳା ମାନଙ୍କ ସଂଖ୍ୟା ଅଧିକ । କିନ୍ତୁ ସମାଜରେ ରକ୍ଷଣଶିଳ ମନଭାବ ଓ ଝିଅ ମାନଙ୍କ ପ୍ରତି ଆମର ଦ୍ରୁଷ୍ଟି କୋଣରେ ସେମାନଙ୍କୁ ପଛରେ ବୋଲି କୁହାଯାଉଛି । ସମୟରେ ପରିବର୍ତ୍ତନ ଆସିଛି , ତେଣୁ ଆମ ମାନଙ୍କୁ ମିଳିମିଶି ବାଳିକା ମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବାକୁ ପଡିବ । ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ନିଜର ବକ୍ତବ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ନିର୍ଯ୍ୟାତନା, ଲିଙ୍ଗଗତ ହିଂସା ଉପରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନାଦେଇ ଥିଲେ ।

ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ “ଡିଜିଟାଲ ଜେନେରେସନ, ଆୱାର ଜେନେରେସନ “ ଉପରେ ଆଲୋଚନା କରି ଆଜିର ଦିନରେ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ମାର୍ଟଫୋନ ,ଫେସେବୁକ ଇତ୍ୟାଦି ସୋସିଆଲ ମିଡିଆ ପ୍ରୟୋଗ ଗୁଡିକରେ ନୂତନ ଶିକ୍ଷା ଓ ଯୋଗାଯୋଗ ପାଇଁ ସୁଯୋଗ ସୃଷ୍ଟି କରିଥିବାର ବିଭିନ୍ନ ଦିଗ ଓ ଅନଲାଇନ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧରେ ବିଡିଓ ସୁକାନ୍ତ ପଟ୍ଟନାୟକ , ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସରୋଜିନୀ ରଥ , ଏସେ ଗୀତା ,ବିନୋଦିନୀ ପଟ୍ଟନାୟକ, ସୁପରଭାଇଜର ସସ୍ମିତା ମହାନ୍ତି ,ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ,ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମୁଖିନ୍ନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ ।

ଶେଷରେ ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ଓ ଶିଶୁ ସୁରକ୍ଷା ଦିଗରେ କାମ କରିଥିବା ଅଙ୍ଗନୱାଡିକର୍ମୀ ଓ ସଖୀ ସହେଳି ମାନଙ୍କୁ ଉପଢକନ ଏବଂ ମାନପତ୍ର ଦେଇ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ସମ୍ମାନିତ କରାଯାଇ ଥଲା । ନନ୍ଦାହାଣ୍ଡି ବ୍ଲକର ଦଳେଇଗୁଡା ଗ୍ରାମର କିଶୋର କିଶୋରୀ ମାନେ ସଚେତନ ମୂଳକ ନାଟ୍ଯ ପରିବେଷଣ କରିଥିଲେ । ସହକାରୀ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ଆବାସ ବଣ୍ଟନ ଅନିୟମିତତା କୁ ନେଇ ବ୍ଲକ ସମ୍ମୁଖରେ ରେ ଧାରଣା

Posted by - June 25, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆବାସ ବଣ୍ଟନ ଅନିୟମିତତା କୁ ନେଇ ବ୍ଲକ ସମ୍ମୁଖରେ ଧାରଣା ରେ ବସିଲେ ପଞ୍ଚାୟତ ବାସୀ, ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ଦାବି ପୂରଣ ନହେଲେ ୨୪ରୁ ଆଦିତ୍ୟ ଆଲୁମିନା ବିରୋଧରେ ଆନ୍ଦୋଳନ

Posted by - November 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଦାବି ପୂରଣ ନହେଲେ ଆସନ୍ତା 24 ରୁ ଆଦିତ୍ୟ ଆଲୁମିନିୟମ ବିରୋଧରେ ଆନ୍ଦୋଳନ ଏଭଳି ଧମକ ଦେଇଛନ୍ତି ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ସଙ୍ଘ ର…

ସମଗ୍ର ବିଶ୍ୱରେ ଆତଙ୍କ ସ୍ରୁଷ୍ଟି କରିଥିବା” ଓମିକ୍ରନ” ଭାରତ ପାଇଁ ଦେଲାଣି ସତର୍କ ଘଣ୍ଟି

Posted by - December 4, 2021 0
ଭୁବନେଶ୍ବର/କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କରୋନା ମହାମାରୀ ସମଗ୍ର ବିଶ୍ଵର ବିଭିନ୍ନ ଦେଶରେ ତାର ଆତଙ୍କ ସ୍ରୁଷ୍ଟି କରି ବ୍ୟାପକ ଧନ ଜୀବନ ହାନିର କାରଣ ହୋଇଥିବା ବେଳେ ବର୍ତ୍ତମାନ…

ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

Posted by - September 9, 2019 662
ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ…

ବିଶ୍ଵର ଚିନ୍ତାର କାରଣ ପାଲଟିଛି “ଓମିକ୍ରନ” ସମ୍ଭାବ୍ୟ ତୃତୀୟ ଲହର ପାଇଁ ସତର୍କ ରହିବାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ

Posted by - December 1, 2021 0
କରୋନା ଭାଇରସ୍ ର ନୁତନ ଭାରିଏଣ୍ଟ “ଓମିକ୍ରନ୍” ଚିହ୍ନଟ ହେବାପରେ ସମଗ୍ର ବିଶ୍ଵ ରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କେତେକ ଦେଶରେ ଏହାର ପ୍ରଭାବ ବୃଦ୍ଧି…