ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ସ୍ଥାନୀୟ ନବରଙ୍ଗପୁର ବ୍ଳକ୍ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ଆଶ୍ରମ ପ୍ରତିଷ୍ଠାତା ଜଗତ ଗୁରୁ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି ରଞ୍ଜନା ନନ୍ଦଙ୍କ ଜୟନ୍ତୀ ଦିବସକୁ ପରିବାର କଲ୍ୟାଣ ଦିବସ ରୂପେ ପାଳନ କରା ଯାଇ ଅଛି।ଶ୍ରୀ ଗୁରୁଙ୍କ ଆବାହନ,ପୁଷ୍ପାର୍ଘ୍ୟ, ପ୍ରାଣାୟାମ, ପ୍ରାର୍ଥନା,ଦେଶ ବନ୍ଦନା, ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ, ଆଶ୍ରମ ପ୍ରତିଷ୍ଠାତାଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନାଦର୍ଶର ପ୍ରେରଣା ପୂର୍ଣ୍ଣ ଉଦ୍ବୋଧନ,ଭଜନ,ସାରସତ୍ତ୍ବ ବାଣୀ ପାଠ,କୀର୍ତ୍ତନ,ଆଳତୀ ଓ ଶେଷରେ ଆନନ୍ଦ ବଜାର ପ୍ରସାଦ ସେବନ ଅନୁଷ୍ଠିତ ହୋଇ ଥିଲା।
ଆଶ୍ରମ ଅଧ୍ୟକ୍ଷ ଡ଼:ନୀଳ କଣ୍ଠ ପାଢ଼ୀ “ପ୍ରତି ପରିବାରର କଲ୍ୟାଣ ସାଧନ ନିମନ୍ତେ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି ରଞ୍ଜନା ନନ୍ଦଙ୍କ ପ୍ରଦର୍ଶିତ ପଥରେ ଚାଲିବା ଉଚିତ”ବୋଲି ଉପସ୍ଥିତଙ୍କୁ ଅଭିପ୍ରେରିତ କରିଛନ୍ତି।ଭକ୍ତ ଗଣ ମଧ୍ୟ ଆଶ୍ରମ ପ୍ରତିଷ୍ଠାତାଙ୍କ ଗୁଣ କୀର୍ତ୍ତନ କରିଛନ୍ତି।ଯନ୍ତ୍ର ବାଦ୍ୟରେ ବିକାଶ ରଞ୍ଜନ ପାଢ଼ୀ ଓ କାର୍ଯ୍ୟ କ୍ରମ ପରିଚାଳନାରେ ଲଛମନ ଭତ୍ରା, ସନ୍ତୋଷ କୁମାର ପୁଜାରୀ,ରାମୁ ଭତ୍ରା, ପଦ୍ମନାଭ ଅମନାତ୍ୟ, ମୁନି ବିଷୋୟୀ, ରଶ୍ମି ପ୍ରଭା ପୁଜାରୀ, ଆକାଂକ୍ଷା ପୁଜାରୀ,ରାଜମଣି ପାଢ଼ୀ, ଚନ୍ଦନ କୁମାର ସାହୁ, ଭଗବାନ ଭତ୍ରା, ଅର୍ଜୁନ ଭତ୍ରା,ଗୈ।ତମ ବିଷୋୟୀ ପ୍ରମୁଖ ସହଯୋଗ କରିଛନ୍ତି। ନବରଙ୍ଗପୁର ରୁ ଙ୍କ ରିପୋର୍ଟ ଏଇ ଓଡିଶା