ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରେଙ୍ଗାଲି ରେଲୱେ ଷ୍ଟେସନ ପରିସର ରେ ସ୍ଵାଧୀନ ଏକତା ସଂଗଠନ ରେଙ୍ଗାଲି, ବରିଷ୍ଠ ନାଗରିକ କମିଟି ରେଙ୍ଗାଲି, ଏବଂ ନେହେରୁ ଯୁବ କେନ୍ଦ୍ର ସମ୍ବଲପୁର ମିଳିତ ଅନୁକୂଲ୍ୟରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା। ପ୍ରଥମେ ଗୋପବନ୍ଧୁ ଦାସଙ୍କର ପ୍ରତି ମୂର୍ତ୍ତି ରେ ମାଲ୍ଯାର୍ପଣ କରି ଦୀପ ପ୍ରଜ୍ବଳନ କରାଯାଇ ଥିଲା ।
ଏହି ଅବସର ରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟ କ୍ରମ କୁ ସମ୍ବଳିତ କରି ରେଲୱେ ଷ୍ଟେସନ ପରିସର କୁ ସଫା ସୁତୁରା କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ପଦ୍ମନାଭ ଭୋଇ ଅତିଥି ମାନଙ୍କୁ ସ୍ଵାଗତ କରି ସଭା ପରିଚାଳନା କରି ଥିଲେ। ଏବଂ ସମାଜ ର ବରିଷ୍ଠ ସାମ୍ବାଦିକ ହରିହର ନାଥ ଅତିଥି ପରିଚୟ ପ୍ରଦାନ କରି ଥିଲେ । ଉକ୍ତ କାର୍ଯ୍ୟ କ୍ରମ ରେ ଅନ୍ୟ ତମ ମୁଖ୍ଯ ଆକର୍ଷଣ ଗବେଷକ ଡl. ଗୌରୀଦାସ ପ୍ରଧାନ ଗୋପବନ୍ଧୁ ଙ୍କ ଜୀବନୀ ତଥା ତାଙ୍କର ସମାଜ ପ୍ରତି ଅବଦାନ (ମଣିଷ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ ,କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନ ଦଣ୍ଡ) ଉକ୍ତି କୁ ପ୍ରତି ପାଦନ କରି ଥିଲେ ଏବଂ ଅନ୍ତର୍ଯ୍ୟାମୀ ପାଣି ଓଡ଼ିଆ ଭାଷା ପ୍ରତି ତାଙ୍କର ଅବଦାନ କୁ ପ୍ରତି ପାଦନ କରି ଥିଲେ ।
ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲାନେହେରୁ ଯୁବ କେନ୍ଦ୍ର ସମ୍ବଲପୁର ମାରିୟାନୁସ ବିଲୁଙ୍ଗ , ସ୍ୱଚ୍ଛ ଭାରତ ଅଭିଯାନ ବିଷୟ ରେ ଲୋକ ମାନଙ୍କୁ ଅବଗତ କରାଇ ଥିଲେ ।ରେଙ୍ଗାଲି ଷ୍ଟେସନ ମାଷ୍ଟର କିଶୋର ଚନ୍ଦ୍ର କିଷାନ, ବରିଷ୍ଠ ନାଗରିକ କମିଟି ସଭାପତି ବସନ୍ତ ନାୟକ ସ୍ଵାଧୀନ ଏକତା ସଂଗଠନ ର ସଭାପତି ରାଜୀବ କୁମାର ମିଶ୍ର ,ଦିବ୍ୟ କିଶୋର ସରାଫ , ମିତା ଖମାରୀ, ଦିପାଞ୍ଜଳି ବେହେରା ଅଜିତ ପ୍ରଧାନ ,ଉତ୍ତମ କୁମାର ବିଶ୍ଵାଳ, ନବୀନ ସାହୁ ,ଦୀପକ ଶର୍ମା ,ପ୍ରଫୁଲ୍ଲ ଗହିର ପ୍ରମୁଖ ଉପସ୍ଥିତ ଥିଲେ।