ବୌଦ୍ଧ:( ଚିତରଂଜନ ସିଂ) ସୋମବାର ଦିବା 12.30ମିନିଟ ରେ ଚାରିଛକ ସ୍ଥିତ ଶିବମନ୍ଦିର ସଭାଗୃହ ରେ ହରଭଙ୍ଗା ବ୍ଲକ ର କଳାକାର ଓ ସଂସ୍କୃତି ସଂଘ (ରେ. ନଂ.BDH -1788/2020)ର ଏକ ଜରୁରୀ କାଲିନ ବୈଠକ ଅନୁଷ୍ଠିତ ହୋଇଯାଇଛି!
ଉକ୍ତ ସଭାରେ ହରଭଙ୍ଗା ବ୍ଲକ ର ସମସ୍ତ କଳାକାର ଙ୍କ ସର୍ବ ସମ୍ନତି କ୍ରମେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା!ଉପଦେଷ୍ଟା ମଣ୍ଡଳୀର ବ୍ଲକ ଅଧକ୍ଷ ଶ୍ରୀ ବିଶ୍ୱଜିତ ମିଶ୍ର ମହୋଦୟ, ଆଇନଜୀବୀ ଶ୍ରୀ ଦେବରଞ୍ଜନ ବିଶି, ଶିକ୍ଷକ ଶ୍ରୀ ବୀରେନ୍ଦ୍ର ବାରିକ ମହୋଦୟ ଉପସ୍ଥିତ ରହି ସଭାକାର୍ଯ୍ୟ ଟିର ଶୋଭା କୁ ବର୍ଦ୍ଧିତ କରିଥିଲେ!
ପରିଚାଳନା କମିଟିର ଆବାହକ -ମାନଭଞ୍ଜନ ମହାପାତ୍ର,ସଭାପତି -ସତ୍ୟନାରାୟଣ ପ୍ରଧାନ, ଉପସଭାପତି-ମଦନ କର୍ମୀ,ସମ୍ପାଦକ-ଅର୍ଜୁନ ଭୋକ୍ତା,ସହ ସମ୍ପାଦକ-ଅଜିତ ମହାର, କୋଷାଧକ୍ଷ-ଶୁଭେନ୍ଦୁ ଯୋଶୀ ଓ ସଂଗଠନ ସମ୍ପାଦକ ସୁଶାନ୍ତ ପ୍ରଧାନ ଙ୍କୁ ମନୋନୀତ କରିଥିଲେ!ହରଭଙ୍ଗା ବ୍ଲକ ର 22ଗୋଟି ଗ୍ରାମପଞ୍ଚାୟତ ର କଳାକାରଙ୍କ ଉପସ୍ଥିତ ରେ ଏହି କମିଟି ଗଠନ କରି ଆଗାମୀ ଦିନରେ ପଶ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ ଭେଟ ଘାଟ କରିବାକୁ ସଭାରେ ଉପସ୍ଥାପନା କରିବା ସହିତ ସର୍ବ ସମ୍ନତି କ୍ରମେ ପ୍ରସ୍ତାବ ଗୃହୀତ କରିଥିଲେ!ପରିଶେଷରେ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହିତ ସଭା ସାଙ୍ଗ କରିଥିଲେ!