Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଗାନ୍ଧୀ ଜୟନ୍ତୀ ଅବସରରେ “ସେବା” ପକ୍ଷରୁ ରକ୍ତଦାନ ଶିବିର, ୨୩ ୟୁନିଟ ରକ୍ତ ସଂଗୃହିତ

426 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )୧୫୨ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଆଜି ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବା” ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l “ସେବା” ର ଅଧ୍ୟକ୍ଷ ଅମର ତାଣ୍ଡିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା I

ବିଜୁ ଯୁବ ଜନତା ଦଳ ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା,ବିଜେଡ଼ି ଯୁଗ୍ମ ସମ୍ପାଦକ ଇଂ.ଦିଲୀପ କୁମାର ଧୂରିଆ, ବିଜୁ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର ,ଜୀବନ ବିନ୍ଦୁ ଜ଼ିଲ୍ଲା ସଂଯୋଜିକା କବିତା ପୁରୋହିତ,ଛାତ୍ର ଜୋନ ସଭାପତି ମିଳନ ହୋତା, ଯୁବ ନେତା ପ୍ରବିଣ ବେହେରା, ଡିଜିଟାଲ ସମ୍ପାଦକ ଚିତ୍ତରଞ୍ଜନ ରାଉଳ, ଛାତ୍ର ବିଜେଡ଼ି ଜିଲ୍ଲା ଉପ ସଭାପତି ସୁମିତ ପଟେଲ, ଯୁବ ସମ୍ପାଦକ ମଞ୍ଜୁ ଓରାମ୍, ଲା୍ୟନ୍ସ କ୍ଳବ ରୋୟାଲ ହୀରାକୁଦ ସଭାପତି କାର୍ତ୍ତିକ କଲେତ, ପ୍ରମୋଦ ସେଠ, ଡା, ହର ପ୍ରସାଦ ପ୍ରଧାନ,ଦେବ ଜ୍ୟୋତି ପଟ୍ଟନାୟକ, ମାନସ ପ୍ରଧାନ, “ସେବା” ର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I

“ସେବା”ର ଅନିଲ କୁମାର ପାଣିଗ୍ରାହୀ, ପ୍ରଶାନ୍ତ ମିଶ୍ର, ଇନ୍ଦ୍ରଜିତ ବାରିକ, ବିଶ୍ୱଜିତ ରାଉତ, ପଦ୍ମନାଭ ବାରିକ, ଦିବସ କୁମାର ନାୟକ, ଅରବିନ୍ଦ ପାଣିଗ୍ରାହୀ, ଅନିଲ କୁମାର ଦାସ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ସମ୍ବଲପୁର ରକ୍ତ ଭଣ୍ଡାରର ଲେବ୍ରୋଟୋରୀ ଏବଂ ଟେକନିସିଆନ କାଉନସିଲର ରକ୍ତ ସଂଗ୍ରହ କରିଥିଲେ I ଏହି ଅବସରରେ “ସେବା” ଅନୁଷ୍ଠାନ ର ସମସ୍ତ ସଦସ୍ୟ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ I

ରକ୍ତଦାନ ଶିବିର ପୂର୍ବରୁ ଅତିଥି ଗଣ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ତୈଲ୍ୟ ଫଟୋ ଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ I ରକ୍ତଦାନ ଶିବିର ପରେ ସରୋଜ ସାହୁ ଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭାରେ କୁସୁମ କୁମାରୀ ମିଶ୍ର, କବିତା ପୁରୋହିତ, ସଞ୍ଜିତ ମହାନ୍ତି, ଡ଼, ଦିଲୀପ କୁମାର ମୁଦୁଲି, ଭଗବାନ ନାୟକ, ସୁପ୍ରିତ ନାୟକ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ଶେଷରେ ଦେବାଶିଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I

Related Post

ମାଗଣା ବିଜୁଳି ପାଇଁ ଦସ୍ତଖତ ଅଭିଯାନ

Posted by - May 31, 2022 0
ବଙ୍ଗୋମୁଣ୍ଡା:୩୧/୫(ଅଭିମନ୍ୟୁ ବହିଦାର)-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆମ ଆଦମୀ ପାର୍ଟି ପକ୍ଷରୁ ମାସକୁ ମାଗଣା ୨୦୦ ୟୁନିଟ ବିଜୁଳି ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି ।କଣ୍ଟାବାଞ୍ଜି…

୧୧୧ତମ ଦିବସରେ କରୋନା ସଚେତନତା ଓ ସମୀକ୍ଷା ବୈଠକ

Posted by - July 11, 2020 0
ଭୁବନେଶ୍ବର:ସଚେତନତା ଦ୍ୱାରା ବିଶ୍ଵରୁ ମହାମାରୀ କରୋନାକୁ ବିନାଶ କରି ସୁସ୍ଥ ସମାଜ ଗଢିବା ପାଇଁ ଆନ୍ତର୍ଜାତିୟ,ଜାତୀୟ ତଥା ରାଜ୍ୟ ସ୍ତରରେ ବହୁ ପଦକ୍ଷେପ ମାନ ନିଆଯାଉଥିବା ବେଳେ…

ଯାଜପୁର ଥାନା ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ

Posted by - December 30, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଥାନା ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଆୟୋଜିତ ବଟଂନ ଉତ୍ସବ ରେ…

ମରୁଡି ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କ ମିଳିତ ଜନଯୁଗ୍ମ ଶୁଣାଣୀ ରେ ଅଭିଯୋଗ ପତ୍ର ଦେଲେ ଖପ୍ରାଖୋଲ ପଞ୍ଚାୟତ ଚାଷୀ

Posted by - August 22, 2022 0
ପାଟଣାଗଡ: ୨୨/୦୮ ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପଞ୍ଚାୟତର ଚାଷୀ ମାନେ ଜିଲ୍ଲାପାଳ ଙ୍କ ଜନ ଯୁଗ୍ମ ଶୁଣାଣୀ ରେ ୨୦୨୧ ମସିହାର…

ବାହାର ରାଜ୍ୟ କୁ କାମ କରିବାକୁ ଯାଇ ଗାଁ କୁ ଶବ ହୋଇ ଫେରିଲେ

Posted by - May 29, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ପେଟପାଟଣା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଅନେକ ସମୟରେ ନିର୍ଯ୍ୟାତିତ ହେବା, କାର୍ଯ୍ୟ ସ୍ଥଳରେ ମୃତ୍ୟୁ ବରଣ କରି ଗାଁ କୁ ଶବ…