ବୌଦ୍ଧ:( ଚିତରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେଜାତୀୟ ସେବା ଯୋଜନା (NSS ) ମହାବିଦ୍ୟାଳୟ ର ଅଧକ୍ଷ ଡା. ପୁର୍ନେନ୍ଧୁ ତ୍ରିପାଠୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ଦିବସରେ ଭୈରବୀ ମହାବିଦ୍ୟାଳୟ +2ର ଅଧକ୍ଷ ମନୋଜ ପାଠୀ ଯୋଗ ଦେଇ ଏହି ସେବା ଯୋଜନାର ମହତ୍ୱ ଓ଼ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସେବା ମନୋଭାବ ବୃଦ୍ଧି ପାଇଁ ଦିଗଦର୍ଶନ ଦେଇଥିଲେ!ସମ୍ନାନିତ ଅତିଥିଭାବେ ଅଧ୍ୟାପକ ଲଳିତ କୁମାର ମେହେର, ଡ଼. ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପିକା ସୁଷମା ରାଣୀ ବହିଦାର, ଏବଂ ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ସୁରେଶ୍ୱର ଯୋଶୀ ଯୋଗଦେଇଥିଲେ!
ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରକୁ ସଫା କରିବା ସହିତ ବନ ମହୋତ୍ସବସମୟରେ ଲଗାଯାଇଥିବା ବୃକ୍ଷ ଗୁଡିକର ଯତ୍ନ ନେଇଥିଲେ!ଏହି ସମସ୍ତ କାର୍ଯ୍ୟକ୍ରମ କୁ ରାଜନୀତି ବୌଦ୍ଧ ଅଧ୍ୟାପକ ତଥା ପୋଗ୍ରାମ ଅଫିସର ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରିଥିଲେ!ଆଗାମୀ 29/09ତାରିଖ ଦୀନ ଜାତୀୟ ସେବା ଯୋଜନା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଉ ଥିବାର ସୂଚନା ମିଳୁଛି, ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ!