ମାସ୍କଟ ମାଧ୍ୟମରେ ପାଳିତ ହେଲା ବିଶ୍ୱ ଗଣ୍ଡା ଦିବସ

114 0

ବାରଙ୍ଗ:(ସନ୍ତୋଷ ରାଉତ)ବିଶ୍ୱ ଗଣ୍ଡା ଦିବସ।ଏ ନେଇ ନନ୍ଦନକାନନରେ ପାଳିତ ହୋଇଯାଇଛି ଗଣ୍ଡା ଦିବସ।ବିଶ୍ୱରେ ବିଲୁପ୍ତ ହୋଇ ଆସୁଥିବା ଗଣ୍ଡାଙ୍କ ସଂଖ୍ୟା କିପରି ବୃଦ୍ଧି ପାଇବ ଓ ଏହାର ସରକ୍ଷଣ କିପରି ଘଟିବ ତାହାହିଁ ଥିଲା ଆଜି ଦିନର ମୂଳଲକ୍ଷ୍ୟ।ସେପଟେ ନନ୍ଦନକାନନରେ ଗଣ୍ଡା ନଥିବାରୁ ଇଣ୍ଡିଆନ ଅଏଲ ସଂସ୍ଥା ପକ୍ଷରୁ ମାସ୍କଟ ମାଧ୍ୟମରେଆଜି ନନ୍ଦନକାନନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।ନନ୍ଦନକାନନ ପ୍ରାଣୀଉଦ୍ୟନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଏକ ମାତ୍ର ଗଣ୍ଡା ନନ୍ଦ ର ଲୋପ ପାଇବା ପରେ ଖୁଆଡ଼ ହୋଇପଡିଛି ଫାଙ୍କା।ନନ୍ଦନକାନନକୁ ବୁଲି ଆସୁଥିବା ଦୈନିକ ହଜାର ହଜାର ପର୍ଯ୍ୟଟକ ଗଣ୍ଡା ନଦେଖି ପାରି ନିରାଶ ହେବା ସହ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଛି।ନନ୍ଦନକାନନରେ ଗଣ୍ଡା ନଥିବାରୁ କେବେ ଗଣ୍ଡା ଦିବସ ପାଳନ ହେଉ ନଥିବା ବେଲେ ଆଜି ଇଣ୍ଡିଆନ ଅଏଲ ବିଭାଗ ପକ୍ଷରୁ ଏକ ସଚେତନତା ର ବାର୍ତ୍ତା ଦେବାପାଇଁ ମାସ୍କଟ ମାଧ୍ୟମରେ ବିଶ୍ୱ ଗଣ୍ଡା ଦିବସ ପାଳନ କରାଯାଇଛି।

ବିଶ୍ୱରେ ଗଣ୍ଡାଙ୍କ ବଂଶ ଲୋପ ପାଉଥିବାରୁ କିପରି ଏମାନଙ୍କ ବଂଶ ବୃଦ୍ଧି ଏବଂ ଏମାନଙ୍କ ସୁରକ୍ଷା କିଲାରୀ ଦିଆଯିବ ତାହାହିଁ ଆଜି ଗଣ୍ଡା ଦିବସର ମୂଳ କକ୍ଷ ଥିଲ।ବଢ଼ାଇବା ପାଇଁ ୫ବର୍ଷର ହୋଇଥିବା ବେଳେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟନରୁ ନନ୍ଦ ନାମକ ଏକ ପୁରୁଷ ଗଣ୍ଡାକୁ ନନ୍ଦନକାନନ କର୍ତ୍ତୃପକ୍ଷ ଆଣିଥିଲେ।ନନ୍ଦନକାନନ ପ୍ରାକୃତିକ ପରିବେଶରେ ବଢି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷନ ଥିଲା ନନ୍ଦ।ତେବେ ନନ୍ଦ ବୁଢା ହୋଇଯିବାରୁ ୨୦୧୬ ମସିହାରେ ନନ୍ଦର ମୃତ୍ୟୁ ଘଟିଥିଲା।ବର୍ତ୍ତମାନ ନନ୍ଦନକାନରେ ଗଣ୍ଡା ନଥିବାରୁ ପର୍ଯ୍ୟଟକ ନିରାଶ ହେଉଛନ୍ତି।ସେପଟେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୨୨ ରେ ବିଶ୍ୱ ଗଣ୍ଡା ଦିବସ ପାଳନ ଖେଉଥିବାରୁ ଆଜି ପ୍ରଥମକରି ଇଣ୍ଡିଆନ ଅଏଲ ବିଭାଗ ପକ୍ଷରୁ ଗଣ୍ଡାର ମାସ୍କଟ ମାଧ୍ୟମରେ ନନ୍ଦନକାନନ ପରିସରରେ ପାଳନ କରାଯାଇଛି।ଅନ୍ୟ ପଟେ ନନ୍ଦନକାନନକୁ ଗଣ୍ଡା ଆସିବା ପାଇଁ କଥାବାର୍ତା ଚାଲିଛି।ଖୁବ ଶୀଘ୍ର ଫାଙ୍କା ପଡିଥିବା ଖୁଆଡକୁ ପୂରଣ କରାଯିବା ପାଇଁ ଗୌହାଟୀ କିମ୍ବା ପାଟଣା ଚିଡିଆଖାନା ରୁ ଗଣ୍ଡା ଅଣାଯିବ ବୋଲି ନନ୍ଦନ କାନନ ପକ୍ଷରୁ ସୂଚନା ଦେଇଛନ୍ତି।

Related Post

ସମ୍ବଲପୁର ରେ ହାତୀ ଦାନ୍ତ ବିକ୍ରି କରୁଥିବା ରାକେଟ୍ ର ପଦ୍ଧାଫାସ କଲା ସମ୍ବଲପୁର ବନବିଭାଗ

Posted by - July 8, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହର ଠାରେ ହାତୀ ଦାନ୍ତ ବିକ୍ରି କରୁଥିବା ରାକେଟ୍ ର ପଦ୍ଧାଫାସ କଲା ସମ୍ବଲପୁର ବନବିଭାଗ । ସହରର ଅଇଁଠପାଲି ଛକ…

ବିଭିନ୍ନ ପୁଜା ମଣ୍ଡପରେ ବିଜୟା ଦଶମୀ ରେ ସିନ୍ଦୁରଖେଳ

Posted by - October 15, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ହେଉଛି ପବିତ୍ର ବିଜୟୀ ଦଶମୀ , ଆଜି ବିଭିନ୍ନ ପୁଜା ମଣ୍ଡପରେ ଦଶମୀ ପୁଜା ପାଉଛନ୍ତି ମାଁ । ତେବେ ସମ୍ବଲପୁର ବଡବଜାର ବଙ୍ଗାଳିପଡା…

ଦଶ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀକୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପରିଚାଳନା ବିଭାଗର ଅଧିକାରୀ

Posted by - February 12, 2022 0
ନବରଙ୍ଗପୁର;(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାରେ ଥିବା ଦଶ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଯଥା ଚାନ୍ଦାହାଣ୍ଡି ବ୍ଲକ ରେ ଥିବା ସାଲେବିଡ଼ି, ନବରଙ୍ଗପୁର ବ୍ଲକ ର…

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିର୍ମାଣ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ।

Posted by - May 17, 2019 0
କେନ୍ଦ୍ରାପଡ଼ା: କ୍ଷତିଗ୍ରସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ ଟଙ୍କା ସହାୟତା ମିଳିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଚାଷୀ ଓ…