ଭୁବନେଶ୍ବର:୦୩/୦୪ ଯାଜପୁର କଂଗ୍ରେସ ରାଜନୀତି ଗୋଳିଆ ହେବାରେ ଲାଗିଛି।ଯାଜପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ କାହାକୁ ମିଳିବ? ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ଦଳ ଯାଜପୁର ରେ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଙ୍କୁ ନିରାଶ କରି ଗତ ଥର ଯାଜପୁର ରୁ ହାରିଥିବା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ କୁ ପୁଣି ଏଠାରେ ଟିକେଟ ଦେଇଛି । ଏହା ଫଳରେ ଏଥର ଅଗାଧାଡି ରେ ଥିବା ଦୁଇ ଆଶାୟୀ ପ୍ରାର୍ଥୀ ପୁଳିନ ପ୍ରକାଶ ପୁହାଣ ଏବଂ ବଳଭଦ୍ର ଦାସ କୁ ନିରାଶକରିଛି । ଯାଜପୁର ବିଧାନ ସଭା ଆସନରେ ଗତ ଥର ସନ୍ତୋଷ କୁମାର ନନ୍ଦ ବହୁ ଭୋଟ ବ୍ୟବଧାନରେ ତାଙ୍କର ପ୍ରତିଦ୍ଵନ୍ଦୀ ବିଜେଡ଼ି ର ପ୍ରଣବ ପ୍ରକାଶ ଦାସ ଙ୍କ ଠାରୁ ନିର୍ବାଚନ ହାରିଥିଲେ । ତାପର ଠାରୁ କଂଗ୍ରେସ ର AICC ସଭ୍ୟ ପୁଳିନ ପ୍ରକାଶ ପୁହାଣ ଏବଂ ବଳଭଦ୍ର ଦାସ କଂଗ୍ରେସ ରୁ ପ୍ରାର୍ଥୀ ହେବା ଆଶା ନେଇ ଦଳର ସାଙ୍ଗଠିନକ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । କିଛିଦିନ ପୂର୍ବେ ପୁଳିନ ପ୍ରକାଶ ପୁହାଣ ଓ ବଳଭଦ୍ର ଦାସ ଙ୍କ ଗୋଷ୍ଠୀ ଭିତରେ କନ୍ଦଳ ସୃଷ୍ଟି ହୋଇ ତୀବ୍ର ଆକାର ଧାରଣ କରିଥିଲା ଏ କଥାଟିକୁ ଚାପିଦେବାର ପ୍ରୟାସ କରଯାଇଥିଲା । ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ଖାସ କୁହାଯାଉଥିବା ବଳଭଦ୍ର ଦାସ ଏକ ପ୍ରକାର ତାଙ୍କର ଟିକେଟ ନିଶ୍ଚିତ ଥିବା ଭାବୁଥିବା ବେଳେ,ରାମଚନ୍ଦ୍ର ଖୁଣ୍ଟିଆ ଙ୍କ ପ୍ରଭାବ ରେ ପୁଣି ଏଠାରେ ସନ୍ତୋଷ ଙ୍କୁ ଟିକେଟ ଟି ମିଳିଥିବାରୁ ବଳଭଦ୍ର ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡୁଛି । ଏପଟେ ପୁଳିନ ଙ୍କ ସମର୍ଥକ ମାନେ ମଧ୍ୟ କଂଗ୍ରେସ ର ଟିକେଟ ପାଇଥିବା ସନ୍ତୋଷ କୁ ବିରୋଧ କରିବା ପ୍ରାୟ ନିଶ୍ଚିତ ପରି ଲାଗୁଛି । ବେଶ କରି ଦୁଇ ନାୟକଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଯାଇଛି।ଏବେ ଦେଖିବାର ରହିଲା କଂଗ୍ରେସ ର ସଭାପତି ତାଙ୍କର ଯାଜପୁର ବିଧାନ ସଭା ଆସନ ରେ ଭୋଟ ପାଇଁ କିଭଳି ଦଳୀୟ କନ୍ଦଳ କୁ ସମ୍ଭାଲୁଛନ୍ତି । ଅନ୍ୟ ପକ୍ଷ ରେ ବିଜେଡ଼ି ରୁ ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ ଙ୍କ ସ୍ଥିତି ଏତେ ମଜଭୁତ ଯେ ତାଙ୍କ ଉପରେ କୌଣସି ଦଳର ରାଜନୈତିକ ଚାଲ କାମ ଦେବନହି ବୋଲି ବିଭିନ୍ନ ମହଲରେ ଚର୍ଚା ହଉଛି।

ଯାଜପୁର ରାଜନୀତି ଦିନକୁ ଦିନ ଗୋଳିଆ,କଂଗ୍ରେସ ହେଲା ତିନି ଫାଳ
Facebook Notice for EU!
You need to login to view and post FB Comments!