ଗାଁ ମଧ୍ୟରେ ଅଳିଆ କାଦୁଅ ପଚ ପଚ,ଦୁର୍ଗନ୍ଧ ରେ ନାକ ଫାଟୁଛି

362 0

ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହୁକୁମା ସ୍ତିସ୍ତ ଗାନ୍ଧୀଛକ ଠାରୁ ଉପେର ସାହି କୁ ଯିବା ବାଟରେ ଥିବା ମୁସଲିମ ସାମ୍ପ୍ରଦାୟର  ପୁରୁଣା କବରସ୍ଥାନ (ମସାଣି )ରେ ଅଳିଆ ଆବର୍ଜନା ପକାଇବା ଦ୍ୱାରା ଦୁର୍ଗନ୍ଧ ସହ ସେହି ରାସ୍ତାଦେଇ ଯିବାଆସିବା କଷ୍ଟକର ହୋଇଯାଇଛି।  ଏଥିସହ ମାଲକାନଗିରି ରେ ଡେଙ୍ଗୁ ଜର ବଢୁଥିବା ବେଳେ ମାଥିଲୀ ରେ ମଧ୍ୟ ଡେଙ୍ଗୁ ହେବା ସମ୍ଭାବନା କୁ ଏଡାଇ ହେବ ନାହିଁ ।

ସେହି ପରି ମାଥିଲି ଗାନ୍ଧୀଛକ ରୁ ଶିବି ସାଗର ଦେଇ ଯାଇଥିବା କଂକ୍ରିଟ ରାସ୍ତାର ଅବସ୍ଥା ଖରାଫ ହେବା ସହ ଦୁଇ ସାଇଡ ର ଡ୍ରେନ ପତ୍ତି ହେବା ହେବା ଦ୍ୱାରା ଗନ୍ଦିଆ ପାଣି ରାସ୍ତାରେ ଭାଷୁଥିବାର ଡେଖିବାକୁ ମିଳୁଛି ।  ଉକ୍ତ ରାସ୍ତା ଦେଇ ଖଇରପୁଟ ଓ ବାଲିମେଳା ଲୋକେ ଯିବାଆସିବା କରିଥାନ୍ତି। ଏଥିସହ ଶିବି ସାଗର ଶେଷ ଭାଗରେ ସର୍ଵଧର୍ମ ମଶାଣି ଯାହା ପ୍ରଥମେ ହିନ୍ଦୁ ମଝିରେ ମୁସଲିମ କୁ ଲାଗି କ୍ରିସ୍ଟୟାନ ଧର୍ମର ମଶାଣି ଅଛି ।

ମଶାଣି କୁ ଯିବାବେଳେ ନାହି ନଥିବା ଅସୁବିଧାର ସମୁଖିନ୍ନ ହେବାକୁ ପଡୁଛି।  ଶିବିସାଗର ହିଡ଼ରେ ଆଣ୍ଠୁଏ କାଦୁଅ ସହ ଦୁଇପାର୍ଶ୍ୱ ରେ ଲୋକେ ଅପରିଷ୍କାର କରୁଥିବାରୁ  ଦୁର୍ଗନ୍ଧ ହେଉଛି । ଏ ନେଇ ବାରମ୍ବାର ଖବର ପ୍ରକାଶିତ ହେଲେ ମଧ୍ୟ ଜିଲ୍ଲା ବ୍ଲକ କିମ୍ବା ପଂଚାୟତ ଦୃଷ୍ଟି ଦେଉନାହାନ୍ତି । ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ଆସୁଛି । ଏଥି ସହ ଗ୍ରାମ ପଞ୍ଚୟାତ ରେ ନିଜସ୍ୱ ଟଙ୍କା ଯାହା ଆଦାୟ ହେଉଛି ସେହି ଟଙ୍କାରେ ମଧ୍ୟ ଏହି ସଫେଇ ହୋଇ ପାରିବ। ପ୍ରଶାସନ ଏଥି ପ୍ରତିଦୃଷ୍ଟିଦେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି।

Related Post

ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଖୋଜୁଛି ହୀରାକୁଦ ଜଳଭଣ୍ଡାର ଭିତରେ ବାଦୁଡି ଦ୍ବୀପ ଭରି ରହିଛି ଅନେକ ରହସ୍ୟ

Posted by - November 24, 2022 0
ସମ୍ବଲପୁର: ୨୩/୧୧ (ରମାକାନ୍ତ ବିଶ୍ବାଳ)ହୀରାକୁଦର ଜଳଭଣ୍ଡାର ଅକାତ କାତ ଜଳରାଶି ମଧ୍ୟରେ ରହିଛି ରହସ୍ୟମୟ ବାଦୁଡି ଦ୍ବୀପ । ରହସ୍ୟ ଓ ରୋମାଞ୍ଚ ଭରା ଏହି ଦ୍ବୀପରେ…

ଓଡିଶାରେ ପାଦ ରଖିଲା ଓମିକ୍ରନ, ୨ ଆକ୍ରାନ୍ତ ଚିହ୍ନଟ

Posted by - December 22, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀର ଅନେକ ଦେଶ କରୋନା ର ନୂଆ ପ୍ରଜାତି ଓମିକ୍ରନ ଭାରିଆଣ୍ଟ ଦ୍ଵାରା କବଳିତ ହେବାରେ ଲାଗିଛି। ବହୁଲୋକ…

ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ଭୁଖରେ ଏକ ଅଭିନବ ପ୍ରତିବାଦ

Posted by - November 3, 2021 0
ସୋନପୁର :(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ କୃଷକ ଏକତା ମଞ ଓ ବସ୍ତୀ ବାସିନ୍ଦା ସୁରକ୍ଷା ମଞ ପକ୍ଷରୁ ଆଜି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ଭୁଖରେ ଏକ…

ଅଦିନିଆ ବର୍ଷାର ପ୍ରବଳ କୁଆପଥର ମାଡ଼ରେ କାଶୀପୁର ବ୍ଲକରେ ଧନ ଜୀବନ କ୍ଷୟ କ୍ଷତି

Posted by - March 18, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଆଜି ଅପରାହ୍ନ ପାଖାପାଖି ଚାରିଟା ସମୟ ରେ ହଠାତ ଝୋଡ଼ ବାତ୍ୟା ହେବା ସହ କୁଆ ପଥର…

ଆୟୁଷ ଡାକ୍ତର ଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଅଲ ଓଡ଼ିଶା ଆୟୁଷ ଡାକ୍ତର ଆସୋସିଏସନ ଆହ୍ୱାନ କ୍ରମେ ଆୟୁଷ ଡାକ୍ତର ମାନେ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ତ୍ତବ୍ୟରେ…