ବାହନଗା ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତର ଘଟଣା:-ବିଦ୍ୟାଳୟ ରୁ ଶିକ୍ଷକ ଆସି ଦେଲେ ଉଦଣ୍ଡ ଭାଷଣ

462 0

ବାଲେଶ୍ଵର:(ସମରେନ୍ଦ୍ର ବାରିକ)ବାଲେଶ୍ଵର ଜିଲ୍ଲା, ବାହନଗା ବ୍ଲକ ର ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତର ଘଟଣା କୁ ନେଇ, ଉପୁଜିଛି ବିବାଦ। ବାହନଗା ସଚେତନ ନାଗରିକ ମଂଚ ପକ୍ଷରୁ, ୨୭ତାରିଖ ଠାରୁ, ବାହନଗା ବ୍ଲକ ସମ୍ମୁଖ ରେ ଗଣ ଧାରଣା ଚାଲିଛି। ସଚେତନ ନାଗରିକ ମଂଚ ସଭାପତି ଖଗପତି ଜେନା ଙ୍କ ନେତୃତ୍ବରେ ଧାରଣା ଚାଲିଥିବା ବେଳେ, ଛାତ୍ର ଛାତ୍ରୀ, ଅଭିଭାବକ, ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଧାରଣା ଚାଲିଥିବା ସମୟରେ, ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବାହାନଗା ବ୍ଲକ, ପଥରପେଣ୍ଠ ପଞ୍ଚାୟତର ବାଶୁଳୀ ହାଇ ସ୍କୁଲ ର ପି. ଇ. ଟି. ଶିକ୍ଷକ, ଲକ୍ଷ୍ମୀଧର ମୁଦୁଲି, ହଠାତ୍ ଧାରଣା ସ୍ଥଳରେ ପହଞ୍ଚି, ପ୍ରଗଳ୍ଭ ପରି ଭାଷଣ ଆରମ୍ଭ କରିଦେଇଥିଲେ। ସେଥିରେ ଥିଲା ଶାଳୀନତା ନା ସଂଜମତା। ସେ କାହାକୁ ଛାଡି ନ ଥିଲେ। ରାଜ୍ଯ ସରକାର ଙ୍କ ଠାରୁ ଆରମ୍ଭ କରି, ନିର୍ବାଚନ କମିଶନ ଓ ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କୁ, ବାକ୍ୟବାଣ ରେ ଶର ବିଦ୍ଧ କରିଦେଇଥିଲେ। ଯାହାର ଭିଜୁଆଲ, ସମଗ୍ର ଜିଲ୍ଲା ରେ ସୋସିଆଲ ମିଡିଆ ରେ ଭାଇରାଲ୍ ହୋଇ, ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି।

ଏଠାରେ ପ୍ରଶ୍ନ ଉଠେ, ସ୍କୁଲ ଚାଲିଥିବା ସମୟରେ, ଘଟଣାସ୍ଥଳକୁ କିଏ ତାଙ୍କୁ ଆସିବାକୁ ଅନୁମତି ଦେଇ ଥିଲା ?ଧାରଣା ସ୍ଥଳ କୁ ଆସି ହିତାହିତ ଜ୍ଞାନ ଭୁଲି, ସରକାରୀ କର୍ମଚାରୀ ହୋଇ, ସରକାର, ଅଧିକାରୀ,ନିର୍ବାଚନ କମିଶନ ଓ ଜିଲ୍ଲାପାଳ ଙ୍କୁ, ସର୍ବସାଧାରଣରେ, ଏପରି ଭାଷା ପ୍ରୟୋଗ କରିବା ପାଇଁକିଏ ଦେଲା ସାହସ? କାହା ସାହସ ଓ ଅଭୟ ବଳରେ, ଜଣେ ଶିକ୍ଷକ ସବୁଲକ୍ଷ୍ମଣ ରେଖା ପାର ହୋଇ ଜଣେ ବିରୋଧି ଦଳ ନେତା ଭଳି ଦେଲେ ଭାଷଣ ? ଯାହାକୁ ନେ଼ଇ ବାଲେଶ୍ୱର ଜିଲ୍ଲା ସମେତ ବାହନଗା ର ବୁଦ୍ଧିଜୀବି , ବରିଷ୍ଠନାଗରିକ, ଆଇନଜୀବୀ, ସାମ୍ବାଦିମକ, ରାଜନେତାତଥା ସାଧାରଣ ଜନତା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଜଣାଯାଇଛି ।

ଯଦି ଶିକ୍ଷକ ଜଣଙ୍କ ଶିକ୍ଷକତା ଛାଡି, ରାଜନେତା ହେବାର ଅଛି, ତାହେଲେ, ଚାକିରି ରୁ ଇସ୍ଥଫା ଦେଇ, ୱାର୍ଡ ମେମ୍ବର ରୁ ରାଜନୀତି ଆରମ୍ଭ କରନ୍ତୁ ବୋଲି, ଚା ଖଟି ରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ଅପର ପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧି ବଧ ଭାବରେ ଶିକ୍ଷକ ଙ୍କ ବିରୋଧ ତଦନ୍ତ କରାଯାଇଦୃଢ଼ କାର୍ଯ୍ୟାନୁଷ୍ଠାନପାଇଁ ଦାବୀ ହେଉଛି।ଆଦର୍ଶ ବିଦ୍ୟାଳୟ ର ସମସ୍ୟା, ନିଶ୍ଚିତ ସମାଧାନ ହେବ। ତେବେ, ଏଭଳି ଉଶୃଙ୍ଖଳ ଶିକ୍ଷକ ଙ୍କ ସମ୍ପର୍କରେ ତଦନ୍ତ କରି, ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାପାଇଁ ଅନେକ ଦାବୀ କରିଛନ୍ତି।

Related Post

ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାମନ୍ତ୍ରୀଙ୍କ ସମୀକ୍ଷା:ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

Posted by - January 13, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିବା…

ରାଜ୍ୟର ୩ ନିଜାମୁଦ୍ଦିନ ଫେରନ୍ତା କ୍ୱାରେଣ୍ଟାଇନ୍‌ରେ ରହିଲେ

Posted by - March 31, 2020 601
ନୂଆଦିଲ୍ଲୀ: ଦିଲ୍ଲୀର ମରକାଜ୍ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସମାବେଶରେ ଯୋଗ ଦେଇଥିବା ୨୪ ଜଣ କରୋନା ଆକ୍ରାନ୍ତ ହେବା ସହ  ତେଲେଙ୍ଗାନାର ୬ ଜଣ ବ୍ୟକ୍ତିଙ୍କର କରୋନା…

ଓଡ଼ିଶାକୁ ସି.ଆର୍.ଆଇ.ଏଫ୍. ଯୋଜନାରେ ୩୦ ଟି ରାସ୍ତା ପ୍ରକଳ୍ପର ମଞ୍ଜୁରୀ ସକାଶେ ରାଜ୍ୟ ସରକାର ଙ୍କ କେନ୍ଦ୍ରକୁ ଅନୁରୋଧ

Posted by - January 9, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାରେ ସଡ଼କ ଭିତ୍ତିଭୂମି କୁ ଅଧିକ ସୁଦୃଢ କରିବା ସକାଶେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ…

ରାଜ୍ୟକୁ ଫେରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କାଲେ ସରକାର

Posted by - May 14, 2020 0
ଭୁବନେଶ୍ବର :ଲୋକମାନେ ଓଡ଼ିଶା ଆସିବା ପୂର୍ବରୁ ସରକାରଙ୍କ ପୋର୍ଟାଲରେ ପଂଜୀକରଣ କରିବେ ସେମାନେ ପଂଜୀକରଣ କରିନଥିଲେ, ସରକାର ନିଜ ଆଡୁ ତଥ୍ୟ ନେବେ।ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ…