ଜୟ ଜବାନ ହିରୋ ରାଜ୍ୟସ୍ତରୀୟ ମାରାଥନ୍ ଦୌଡ଼

750 0

ସୋନପୁର::(ଅଜିତ୍ କୁମାର ପୂଜାରୀ) ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ସୋନପୁର ରେ ଜୟ ଜବାନ ହିରୋ ରାଜ୍ଯ ସ୍ତରୀୟ ମାରାଥନ୍ ଦୌଡ଼ ହୋଇଛି l ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ଓ ଇନଫିନିଟି ଏଥେଲେଟିକ ଏକାଡେମୀ ମିଳିତ ଉଦ୍ୟମରେ ରାଜ୍ଯ ସ୍ତରୀୟ ମାରାଥନ୍ ଦୌଡ଼ ହୋଇଥିବା ବେଳେ ଏହାର ପ୍ରଯୋଜକ ସୋନପୁର ଜୟ ଜବାନ ମୋଟର୍ସ ରହିଥିଲେ l ଏହି ମାରାଥନ୍ ଦୌଡ଼ରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଥିଲେ l

ପୁରୁଷ ବିଭାଗରେ କଟକ ଜିଲ୍ଲା ର ରଶ୍ମିରଞ୍ଜନ ନାଏକ ପ୍ରଥମ, ବଲାଙ୍ଗିର ଜିଲ୍ଲା ଜଗମଣି ଚିରବୁଇ ଦ୍ଵିତୀୟ ଓ ସମ୍ବଲପୁର ର ରୋଶନ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବିଭାଗରେ କଟକ ଜିଲ୍ଲା ସାଂସଦ ଆରା ବେଗମ୍ ପ୍ରଥମ, ଦେବଗଡ଼ ଜିଲ୍ଲାର ଇଶା ବାରିକ୍ ଦ୍ୱିତୀୟ ଓ ନିଶା ବାରିକ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେମାନଙ୍କୁ ଅର୍ଥ ରାଶି, ମାନପତ୍ର ଓ ଟ୍ରଫି ଅତିଥି ଙ୍କ ଠାରୁ ପ୍ରଦାନ କରାଯାଇଛି l

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ସଂଘ ଉପସଭାପତି ଚିତ୍ତରଞ୍ଜନ ତରାସିଆ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ହିରୋ ମୋଟର ପ୍ରୋପାଇଟର ଅସିତ୍ କୁମାର ପୂଜାରୀ ଓ କ୍ରୀଡ଼ା ସଂଘ ଉପ ସମ୍ପାଦକ ପିୟୁଷ ପଣ୍ଡା ଉପସ୍ଥିତ ରହିଥିଲେ l

 

Related Post

ପ୍ରଦୀପ ବେହେରା ସ୍ମାରକି କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

Posted by - March 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ଗ୍ରାମର ବାଣପୁର ପଡିଆରେ ପ୍ରଦୀପ ବେହେରା ସ୍କାରକୀ ଦିବାରାତ୍ର କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।…

ମା ବସ୍ତ୍ରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ,ଫାଇନାଲରେ କଣ୍ଟାବାଞ୍ଜି- ଜୁରାବନ୍ଧ

Posted by - November 13, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ଗ୍ରାମ ପଞ୍ଚାୟ।ତର ହାଇସ୍କୁଲ ଖେଲ ପଡ଼ିଆରେ ରୋୟାଲ ଡାଇମଣ୍ଡ ଯୁବକ ସଂଘ ପକ୍ଷରୁ ପରିଚାଳିତ…

୧୦୦ ମିଟର ଦୌଡ଼ରେ ପ୍ରଥମ,୨୦୦ ମିଟରରେ ଦୂତୀ ୫ମ

Posted by - July 12, 2019 0
ଭୁବନେଶ୍ୱର, ୧୨।୭:ଇଟାଲିର ନାପୋଲିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ମହିଳା ୨୦୦ ମିଟର ଇଭେଣ୍ଟରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ୫ମ ସ୍ଥାନରେ ରହିଛନ୍ତି। ବୁଧବାର…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ, ଦ୍ଵିତୀୟ ଦିନରେ ୧ ଗୋଲ ମଧ୍ୟପୁର ବିଜୟୀ

Posted by - December 22, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମ ପଞ୍ଚାୟତରେ ବଲାଙ୍ଗୀର ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଓ ଜୁରାବନ୍ଧ କପିଲେଶ୍ବର ଯୁବକ ସଂଘ ଏବଂ ଇଲେଭେନ ଷ୍ଟାର…

ରାଜ୍ୟ ସ୍ତରୀୟ କରାଟେ ଚାଂପିଆନସିପ ଉଦଯାପିତ

Posted by - November 17, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବୁର୍ଲା ସହର ଠାରେ ରାଜ୍ୟ ସ୍ତରୀୟ କରାଟେ ଚାଂପିଆନସିପ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମ ରାଜ୍ୟ ସ୍ତରୀୟ ସାକୋ open କରାଟେ ଚାଂପିଆନସିପ ରେ…