ପିଆଜ ଘରେ ଚାଲିଛି କୁକୁଡ଼ା ଚାଷ

407 0

ବୌଦ୍ଧ(ଚିତ୍ତରଞ୍ଜନ ସିଂ); ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ନେଇ ସରକାର ଯୋଜନା କରିଛନ୍ତି।ଆଗ୍ରହୀ ଚାଷୀ ଙ୍କୁ ବିହନ ଠାରୁ ଆରମ୍ଭ କରି ପିଆଜ ଘର ପାଇଁ ସହାୟତା ଯୋଗାଇଦେଉଛନ୍ତି।କିନ୍ତୁ ବୌଦ୍ଧ ବ୍ଲକ ରେ ଚାଷୀ ବାରମ୍ବାର କ୍ଷତି ସହିବାରୁ ପିଆଜ ଚାଷ ପ୍ରତି ବିମୁଖ ହେଲେଣି।ସରକାରୀ ସହାୟତାରେ ନିର୍ମାଣ କରିଥିବା ପିଆଜ ଘର ଏବେ କୁକୁଡ଼ା ଘର ପାଲଟିଛି। ଏହା ବ୍ୟତୀତ କେଉଁଠି କେଉଁଠି ଟେଣ୍ଟ ସାମଗ୍ରୀ ରହିବା ସହିତ ଷ୍ଟୋର ରୁମ ପାଲଟିଛି। ପ୍ରକାଶ ଯେ ବୌଦ୍ଧ ବ୍ଲୋକ ଅନ୍ତର୍ଗତ ଖୁଣ୍ଟବନ୍ଧ ,ଲକ୍ଷ୍ମୀପ୍ରସାଦ ,ତେଲିବନ୍ଧ ,ମୁଣ୍ଡିପଦର, ବଢିଗାଁ ପଂଚାୟତରେ ୨୦୨୦-୨୧ଖରିଫ ୠତୁ ରେ ନିମ୍ନ ମାନର ବିହନ ଯୋଗୁଁ ଚାଷୀ ପିଆଜ ଚାଷ କରିନଥିଲେ।ପୁଣି ବିକ୍ରି ବ୍ୟବସ୍ଥା ନ ଥିବାରୁ ଚାଷୀ ଅଭାବୀ ବିକ୍ରି ର ଶିକାର ହୋଇଥିଲେ। ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ପିଆଜ ଚାଷ ପ୍ରତି ମୁହଁ ଫେରେଇ ନେଉଥିବା ଚାଷୀ ପ୍ରକାଶ କରିଛନ୍ତି।ପିଆଜ ସମୟରେ କୂଅ ଗୁଡିକରେ ଜଳସ୍ତର କମିଯିବା ଯୋଗୁଁ ପିଆଜ ଚାଷରେ ବାଧାପ୍ରାପ୍ତ ହେଉଥିବା ଉଦ୍ୟାନ ବିଭାଗ କହୁଛି।

ବର୍ତମାନ ଏଠାରେ ପିଆଜ ଚାଷ ବନ୍ଦ ଥିବା  ଯୋଗୁଁ ପିଆଜ ଘରେ ଅଧିକାଂଶ ଚାଷୀ କୁକୁଡ଼ା ଚାଷ ଛତୁ ଚାଷ ସହିତ ଟେଣ୍ଟ ସାମଗ୍ରୀ ଓ ଷ୍ଟୋର ରୁମ ହୋଇଥିବା ଦେଖିବାକୁ ମିଳୁଛି।ଏଭଳି ଦୃଶ୍ୟ ବୌଦ୍ଧ ବ୍ଲକ ମଧୁପୁର ,ଖୁଂଟବନ୍ଧ, ଚଣ୍ଡୀଗଡ,ଚନ୍ଦ୍ରପୁର,ଜଂହାପଙ୍କ ଓ ପଲସପାଟ ଗ୍ରାମରେ ଦେଖିବାକୁ ମିଳିଛି।ଅନ୍ୟପକ୍ଷରେ ପିଆଜ ଚାଷ ପ୍ରତି ଇଚ୍ଛୁକ ଥିବା ଚାଷିଙ୍କୁ ପିଆଜ ସଂରକ୍ଷଣ ଘର ନ ଦେଇ ବିଭାଗୀୟ ଅଧିକାରୀ ଙ୍କ ସଲାସୁତୁରାରେ ଏହି ଘର ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ବୌଦ୍ଧ  ଜିଲାରେ ପିଆଜ ଚାଷ ପାଇଁ ଉପଯୁକ୍ତ ମାଟି ରହିଥିବାବେଳ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ଚାଷିଙ୍କୁ ଚୟନ କରାଯାଇ ପିଆଜ ସଂରକ୍ଷଣ ଘର ବଣ୍ଟନ କଲେ ପ୍ରକୃତ ଚାଷୀ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Related Post

ପୁଣି ଲାଲ ପଥର ଆତଙ୍କ ଆଉ ଜଣେ କାରିଗର ଶଯ୍ୟାଶାୟୀ

Posted by - September 28, 2021 0
ସୋର:(ପ୍ରଭାକର ମଲ୍ଲିକ)ଦର୍ଶକ ବନ୍ଧୁ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଲାଲ ପଥରର ଆତଙ୍କ l ଆପଣ ଶୁଣି ଅାଚର୍ଯ୍ୟ ହେବେ, 40/50 କାରିଗରଙ୍କ ମୃତ୍ୟୁର କାରଣ ଏହି…

ଅନୁଗୁଳ ଜିଲ୍ଲା ସାତକୋଶିଆ ରେ ପୁଣି ବାଘ ଆତଙ୍କ

Posted by - September 28, 2019 0
ଅନୁଗୋଳ – (ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ଶୌଚ ହେବାକୁ ଗାଁ ମୁଣ୍ଡକୁ ଯାଇଥିବାବେଳେ ବାଘ ଆକ୍ରମଣରେ ଜଣେ ଗୁରୁତର…

ବରଗଡ଼ରେ ମୋଦି ଓ ନବୀନଙ୍କ ଉପରେ ବର୍ଷିଲେ ରାହୁଲ୍

Posted by - March 15, 2019 318
ଓଡିଶା ଗସ୍ତରେ ଆସି ବରଗଡ ସରସରା ଗାଁରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାବେଶରେ ନିଜର ଅଭିଭାଷଣ ଦେଇ…