ଭୁବନେଶ୍ୱର :୨୮ /୦୩/ ପୁଣି ବିଜେଡିରେ ତେଜିଲା ଟିକେଟ୍ ଅସନ୍ତୋଷ। ଟିକେଟ୍ ମିଳନଥିବାରୁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ ତାଙ୍କ ଇସ୍ତଫା ପତ୍ରରେ ନବୀନ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ ପ୍ରାଥମିକ ସଦସ୍ୟ ପଦରୁ ବି ଛାଡ଼ିଥିବା ଉଲ୍ଲେଖ କରିଛନ୍ତି।ପୂର୍ବତନ ସାଂସଦ ଜେନା ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କୁ ପଠାଇ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଚଳିତ ଲୋକସଭା ନିର୍ବାଚନରେ ଯାଜପୁର ଲୋକସଭା ଆସନରୁ ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ଟିକେଟ ଦେଇଛି।
