ବରୀ:-୨୮-୦୩-୨୦୧୯:(ସ୍ନେହାଂଶୁ ଶେଖର ମହାନ୍ତି) ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨ ତାରିଖ ଠାରୁ ନାମଙ୍କନ ପତ୍ର ଦାଖଲ ଆରମ୍ଭ ହେବ । ଆସନ୍ତା ୨୯ ତାରିଖ ଦିନ ଭୋଟ ଗ୍ରହଣ ହେବ ଏନେଇ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଥିଲାବେଳେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଛି । ଏ ନେଇ ଭୋଟରଙ୍କ ଭିତରେ ଉତ୍କଣ୍ଠା ପ୍ରକାଶ ପାଇଥିଲାବେଳେ ବିଜେଡିର ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଅଙ୍କ କଷା ଯୋରଦାର ଚାଲିଛି । ବିଜେଡିର ଅଙ୍କ ଛିଣ୍ଡୁ ନଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ଏବେକାର ବିଧାୟକ ଦେବାଶିଷ ନାୟକଙ୍କୁ ଦଳ ଟିକେଟ ନଦେବାର ଚର୍ଚା ହେଉଛି। ଆଶାୟୀଙ୍କ ଭିତରେ ବିଜେଡିର ବିଜୟ ନାୟକ ଦୀର୍ଘ ୨୨ ବର୍ଷ ଧରି ରାଜନୀତି କ୍ୟାରିଅର ଆରମ୍ବ କରିଛନ୍ତି । ଛାତ୍ର ଜନତା ଦଳର ଉପ-ସଭାପତି ଭାବେ ନାୟକ କାର୍ଯ୍ୟ ଆରମ୍ବ କରି ପରେ ବିଜୁ ଯୁବ ଜନତା ଦଳର ସମ୍ପାଦକ ,ସାଧାରଣ ସମ୍ପାଦକ ଓ ମୁଖପାତ୍ର ଦାୟିତ୍ୱରେ ରହି ଯୁବ ବିଜେଡିର ରାଜ୍ୟ ନେତୃତ୍ୱରେ ସଫଳତା ପାଇଛନ୍ତି । ନାୟକଙ୍କ ସାଂଗଠନିକ ଦକ୍ଷତାକୁ ନେଇ ରାଜ୍ୟ ବିଜେଡି ସୁପ୍ରିମୋ ଦଳର ସମ୍ପାଦକ ଦାୟିତ୍ୱ ନାୟକଙ୍କୁ ପ୍ରଦାନ କରିଛନ୍ତି । ନାୟକଙ୍କ ଦବଦବା ବରୀ ନିର୍ବାଚନ ମଣ୍ଡଳୀରେ ରହିଥିବାରୁ ଭାଜପା ପ୍ରାର୍ଥୀ ବିଶ୍ୱ ରଂଜନ ମଲ୍ଲିକଙ୍କୁ କଢା ଟକ୍କର ଦେବେ ବୋଲି ଚର୍ଚ୍ଚା ଯୋର ଧରିଛି ।
ବିଜେଡି ଏବେ ବିଜୟ ନାୟକଙ୍କୁ ବରୀରେ ପ୍ରାର୍ଥୀ କରିବ ବୋଲି ଅଙ୍କ କଷୁ ଥିଲାବେଳେ ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ ଓ ତାଙ୍କ ସ୍ୱାମୀ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବେନ୍ଦ୍ର ଦାସ ଭାଜପାର ନେତୃତ୍ୱ ନେଉଥିଲାବେଳେ ଏବେ ଏହି ୨ ଜଣ ବିଜେଡିରେ ମିଶିବାକୁ ଯାଉଥିବା ଖବର ମିଳିଛି । ଶୁକ୍ରବାର କିମ୍ବା ଶନିବାର ଏମାନଙ୍କୁ ଜିଲ୍ଲାର ଜଣେ ଟାଣୁଆ ବିଧାୟକ ବିଜେଡିରେ ମିଶାଇ ବିଧାୟକ ଟିକେଟ ଦେବ ବୋଲି ଦେବେନ୍ଦ୍ରଙ୍କୁ ଦୃଢ ପ୍ରତିଶୃତି ଦିଆଯାଇଥିବା ଦେବେନ୍ଦ୍ର କହିଛନ୍ତି । ମହିଳା କାର୍ଡ ଖେଳି ବିଜେଡି ଅଧ୍ୟକ୍ଷା ସୁନନ୍ଦାଙ୍କୁ ପ୍ରାର୍ଥୀ କରିଦେଇ ପାରେ ବୋଲି ବିଜେଡିରେ ଅଙ୍କ କଷା ଚାଲିଛି । ଏହି ଅଙ୍କ ବିଜେଡିର ଛିଣ୍ଡୁ ନଥିବାରୁ କାହାକୁ ପ୍ରାର୍ଥୀ କରିବ ଏନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ବିଜେଡିର ଆହୁରି ଅନେକ ଆଶାୟୀଙ୍କ ଆଶା ମଉଳି ଯାଉଥିବା ସୂଚନା ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘୋଷଣା ନେଇ ବିଳମ୍ବ ହେଉଛି । ଯୁବନେତା ଉମେଶ ଜେନା ଓ ମୁଖପାତ୍ର ମନୋଜ ମହାପାତ୍ର କଂଗ୍ରେସର ଆଶାୟୀ ପ୍ରାର୍ଥୀ ଭାବେ ରହିଥିଲାବେଳେ ଦଳ ଏଠାରେ କାହକୁ ପ୍ରାର୍ଥୀ କରିବ ଏ ନେଇ କଂଗ୍ରେସ ଚିନ୍ତାରେ ପଡିଯାଇଥିବା ଜଣାପଡିଛି । ଅପର ପକ୍ଷେ ଭାଜପାର ଭୋଟକୁ ଭାଙ୍ଗିବା ପାଇଁ ହିନ୍ଦୁସ୍ଥାନ ନିମାର୍ଣ ଦଳ ବରୀରେ ପ୍ରାଥୀ ଚୟନ କରିଛି । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ବିଶ୍ୱ ହିନ୍ଦୁ ପରିଷଦର ସକ୍ରିୟ କାର୍ଯ୍ୟ କର୍ତ୍ତା ଭାବେ କାଇପଡାର ଅସିଦ କୁମାର ରାୟ୍ଙ୍କୁ ଏହି ଦଳ ପ୍ରାର୍ଥୀ କରିଥିବା ରାଜ୍ୟ ସମ୍ପାଦକ ଦିପକ ମହନ୍ତ ସୂଚନା ଦେଇଛନ୍ତି । କଠୋର ପନ୍ଥୀ ହିନ୍ଦୁତ୍ୱ ଚିନ୍ତା ଧାରା ଉପରେ ହିନ୍ଦୁସ୍ଥାନ ନିର୍ମାଣ ଦଳ କାର୍ଯ୍ୟ କରୁଥିବାରୁ ଭାଜପା ଭୋଟକୁ ବରୀରେ କିଛି ହାତେଇ ନେବ ବୋଲି ଚର୍ଚ୍ଚା ଯୋର ଧରିଛି । ତେବେ ସବୁ ଦଳର ପ୍ରାର୍ଥୀ ଘୋଷଣା ସରିଲାପରେ ରାଜନୈତିକ ଦୃଶ୍ୟପଟ୍ଟ ସ୍ପଷ୍ଟ ହେବ ବୋଲି ରାଜନୈତିକ ପକ୍ଷ୍ୟବେକ୍ଷକମାନେ ମତ ଦେଇଛନ୍ତି ।

ଯାଜପୁର ବରୀ ପାଇଁ ବିଜେଡିର ଛିଣ୍ଡୁନି ଅଙ୍କ
Facebook Notice for EU!
You need to login to view and post FB Comments!