ଭୁବନେଶ୍ୱର:୨୬/୦୩ ଚଳିତ ମାସ ୫ ତାରିଖ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୮୬ଲକ୍ଷ ପରିବାରଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ୫୪ଟି ପଂଚାୟତରୁ ଆସିଥିବା ଜନସାଧାରଣଙ୍କ ମତାମତକୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ହସ୍ତାନ୍ତର କରାଯାଇଛି ଏବଂ ବିଜୁ ମହିଳା ଜନତା ଦଳ ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଆସିଥିବା ମତାମତଗୁଡିକୁ ତର୍ଜମା କରି ଗ୍ରହଣ କରାଯିବ ବୋଲି ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଛନ୍ତି।
