ବୌଦ୍ଧ ଜିଲ୍ଲା ରେ ଜାତୀୟ କୃମିନାସକ ଦିବସ ପାଳିତ

333 0

ବୌଦ୍ଧ: :ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କୃମିଦିବସ ପାଳିତ ହୋଇଛି!ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା :ଅଭୟ କୁମାର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଶୋର ଅବସ୍ଥା ରେ କୃମି ନାଶକର ଗୁରୁତ୍ୱ ଉପରେ ଆଲୋକ ପlତ କରାଇଥିଲେ!ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା :ପ୍ରଦୋଷ କୁମାର ମହାପାତ୍ର ସୂଚନା ଦେଇଥିଲେ ଯେ କୃମି ସଂକ୍ରମଣ ଯୋଗୁଁ ରକ୍ତହୀନତା, ଅପପୃଷ୍ଟି, ଭୋକ ନହେବା, ପେଟକଟିବା ଭଳି ଅସୁସ୍ଥତା ଅନୁଭବ ଲାଗେ!ଏହାର ସମସ୍ୟା ର ସମାଧାନ ଲାଗି ଅଗଷ୍ଟ 10ରୁ 23ପର୍ଯ୍ୟନ୍ତ ଜିଲ୍ଲା ସମସ୍ତ ଗ୍ରାମ ଓ ସହରାଞ୍ଚଳ ରେ 1ରୁ 19ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର ମାନଙ୍କୁ କୃମି ନାଶକ ବଟିକା ଅlଲବେନଣ୍ଡା ଜଳ ବଟିକା ଖୁଆଇବା ପାଇଁ ସମସ୍ତ ବ୍ୟବସ୍ଥା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଛି!କରୋନା ମହାମାରୀ ଯୋଗୁଁ ଜିଲ୍ଲା ର ସମସ୍ତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଘରକୁ ଘର ଯାଇ ଏହି ବଟିକା ଶିଶୁ ଓ କିଶୋର ମାନଙ୍କୁ ଖୁଆଇବା ସହିତ ସଚେତନ କରାଇବେ!

ଏହିପରି ଭାବେ ରାଜ୍ୟର ପରିବାର କଲ୍ୟାଣ ନିର୍ଦ୍ଧେଶl ଳୟ ପକ୍ଷରୁ ଜିଲ୍ଲା ର ଏକ ବର୍ଷ ରୁ 19ବର୍ଷ ମଧ୍ୟରେ 176746ଜଣ ପିଲାଙ୍କୁ କୃମି ନାଶକ ବଟିକା ଖୁଆଇବାକୁ ଧାର୍ଯ୍ୟ କରାଯାଇଛି!1ରୁ 5ବର୍ଷ ଛୁଆ ଙ୍କୁ ସିରପ ଦିଆଯିବାକୁ ଥିବାବେଳେ 6ru19ବର୍ଷ ପିଲାଙ୍କୁ ବଟିକା ଦିଆଯିବ!ଏହାପୂର୍ବରୁ କୃମିନାସକ ନିମନ୍ତେ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ବ୍ୟlପକ ସଚେତନ ସୃଷ୍ଟି କରିବା ନିମନ୍ତେ ସୂଚନା, ଶିକ୍ଷା, ଯୋଗାଯୋଗ ପ୍ରକ୍ରିୟାରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି!ଗତ ବର୍ଷ ବୌଦ୍ଧ ଜିଲ୍ଳାରେ ଏହି କାର୍ଯ୍ୟକ୍ରମ 98.37ସଫଳ ପାଇ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିଲା!

କାର୍ଯ୍ୟକ୍ରମ ଶେଷରେ ସରକାରୀ ବାଳିକା ବିଦ୍ୟାଳୟ ର ଦଶମ ଶ୍ରେଣୀ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଏହି ବଟିକା ଖାଇବାକୁ ଦିଆଯାଇଥିଲା!ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ରମ, ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡା. ମଦନ ମୋହନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷ୍ୟପତି ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ଗୋଷ୍ଠୀ ଶିକ୍ଷା ଧିକାରୀ ଧ୍ରୁବ ଚରଣ ଘିବଲା, ଡ଼ି. ପି. ଏମ. ରୂପକ କୁମାର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲା!ଏହି କାର୍ଯ୍ୟକ୍ରମ ଟିକୁ ପ୍ରଯଜନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ!

Related Post

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

Posted by - June 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗାଙ୍ଗପୁର ଥାନା ଅଧିନ ନେଟେଙ୍ଗା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣ ହେଲେ ଅରୁଣ କୁମାର ନାୟକ…

ପୁଣି ତେଜିଲା ବିଜେଡିରେ ଟିକେଟ୍ ଅସନ୍ତୋଷ, ଯାଜପୁର ପୂର୍ବତନ ବିଜେଡ଼ି ସାଂସଦ ମୋହନ ଜେନା ଦଳ ଛାଡିଲେ

Posted by - March 28, 2019 2
ଭୁବନେଶ୍ୱର :୨୮ /୦୩/ ପୁଣି ବିଜେଡିରେ ତେଜିଲା ଟିକେଟ୍ ଅସନ୍ତୋଷ। ଟିକେଟ୍ ମିଳନଥିବାରୁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ…

ସମାଜସେବୀ ଶ୍ରୀ ଚକ୍ରଧର ସାହୁ ରଥ କାରିଗର ମାନଙ୍କୁ ସମ୍ମାନିତ କରିଛନ୍ତି

Posted by - July 9, 2022 0
ନବରଙ୍ଗପୁର ର ସମାଜ ସେବୀ ଶ୍ରୀ ଚକ୍ରଧର ସାହୁ ନବରଙ୍ଗପୁର ରଥ କାରିଗର ମାନଙ୍କୁ ପୁଲତଡା, ରେଇନ କଟ, ଛତା,ମିଠା ଦେଇ ସମ୍ମାନିତ କରିଛନ୍ତି ! ରଥ…