ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ମେହେନ୍ଦି ପ୍ରତିଯୋଗିତା

174 0

ବୌଦ୍ଧ(ଚିତ୍ତରଂଜନସିଂ) ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଆଜି ଚଳିତ ବର୍ଷ ପାଇଁ ମେହେନ୍ଦି, ସଂଗୀତ, ନୃତ୍ୟାଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି!ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ପାଠୀ ଉପସ୍ଥିତ ରହି ଏହି ପ୍ରତିଯୋଗିତା କୁ ଆଗକୁ ନେଇଥିଲେ!ମେହେନ୍ଦି ପ୍ରତିଯୋଗିତା ରେ ଅନିତା ଘଣ୍ଟାଲ, ସୁନିତା ଦୀପ, ବୈଶାଖୀ ମଲ୍ଲିକ ଯଥାକ୍ରମେ ପ୍ରଥମ ରୁ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ଅଧକାର କରିଥିଲେ!

ସଂଗୀତରେ ଭବାନୀ ମଲ୍ଲିକ ପ୍ରଥମ , ମନୀଷା ପ୍ରଧାନ ଦ୍ୱିତୀୟ , ଏବଂ ସ୍ୱସ୍ତିକ ନାଏକ ତୃତୀୟ ହୋଇଥିବାବେଳେ ନୃତ୍ୟାଭିନୟରେ ପ୍ରଜ୍ଞl ପରିମିତା ବେହେରା ପ୍ରଥମ,ସାଗରୀକା ପାତ୍ର ଦ୍ୱିତୀୟ, ପାୟଲ ସାହୁ ଓ ସୁନିତା ଦୀପ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି!ପ୍ରତିଯୋଗିତା ର ବିଚାରକ ଭାବେ ଅଧକ୍ଷ ସଦାଶିବ ଜେନା ଅଧ୍ୟାପିକା ଧରିତ୍ରୀରାଣୀ କାନୁନଗୋ, ରବିନା ଷଡ଼ଙ୍ଗୀ, ଓ ଶ୍ରଦ୍ଧାଞ୍ଜଳି କଳତା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ!ପ୍ରାୟ ଶତାଧିକ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଉପସ୍ଥିତ ରହିଥିଲେ!ବିଜୟୀ ପ୍ରତିଯୋଗୀ ଙ୍କୁ ପ୍ରଶଂସା ପତ୍ର ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି ଅଧକ୍ଷ ପାଢ଼ୀ ସୂଚନା ଦେଇଛନ୍ତି!

Related Post

କୋସଲି ସାଂସ୍କୃତିକ ମହାଜୋଟ ତତଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

Posted by - September 26, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ କୋସଲି ସାଂସ୍କୃତିକ ମହାଜୋଟ ତରଫରୁ ସ୍ଥାନୀୟ ପ୍ରବାବତି ପବ୍ଲିକ ସ୍କୁଲରେ ଏ ବର୍ଷର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ଭୈରବୀ ମନ୍ଦିରରେ ୧୬ ପୂଜା ପାଇଁ ପ୍ରସ୍ତୁତି ବୈଠକ , ଆସନ୍ତା ୧୭ ରୁ ମା ଭୈରବୀ ଙ୍କ ଖଣ୍ଡାବସା ପର୍ବ ଆରମ୍ଭ

Posted by - September 4, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ପୀଠ ରେ ଗୁପ୍ତ ପୂଜା ଓ ଖଣ୍ଡା ବସା ପୂଜା ଆରମ୍ଭ…

ପୁରୁଣାକଟକ ଡ୍ରେନ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଓ ବିକାଶ ପରିଷଦ ର ବୈଠକ

Posted by - May 17, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଧଲପୁର ଛକ ଠାରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଡ୍ରେନ ଓ ରାସ୍ତା ନିର୍ମାଣ ଦାବି ରେ ଗତ କାଲି…

ଅଙ୍ଗନବାଡି କର୍ମୀଙ୍କ ଦାବିପତ୍ର ପ୍ରଦାନ

Posted by - November 13, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଅଙ୍ଗନବାଡି କର୍ମୀ ଙ୍କୁ ଶ୍ରମିକର ମାନ୍ୟତା ,ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଭତ୍ତା, ପେନସନ୍ ,ସାମାଜିକ ସୁରକ୍ଷା, ମିନି…