ହରଭଙ୍ଗା:(ଚିତ୍ତରଂଜନସିଂ)ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ବିରାନରସିଂ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂମୁଖ ରେ ଆଜି ଅପରାହ୍ନ ୨.୩୦ ମିନିଟ ସମୟରେ ଏକ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି!ସୂଚନା ନୁଯାଇ ଚାରିଛକ ପଟୁ ବୌଦ୍ଧ ଆଡକୁ ଯାଉଥିବା OD27B5699ନଂ ମାରୁତି ସୁଜୁକି ସହ OD 27A2039TVS ବାଇକ ମଧ୍ୟରେ ମୁଁହା ମୁହିଁ ଧକ୍କା ହୋଇଥିଲା!ଫଳରେ ବାଇକ ଥିବା ଆରୋହୀ ଦୁଇଜଣ ଗୁରୁତର ଆଘାତ ହୋଇଥିଲେ।
ଆହତ ଦୁଇଜଣ ତିଲେଶ୍ୱର ପଂଚାୟତ କୃଷ୍ଣ ପାଲି ଗ୍ରାମର ବସନ୍ତ ବେହେରା (୩୦)ଓ ବାଡି଼କାଟା ଗ୍ରାମର ନିର (୫୦)!ଆହତ ଦୁଇଜଣଙ୍କୁ ବୌଦ୍ଧ ଅଗ୍ନିଶମ ଗାଡ଼ିରେ ବୌଦ୍ଧ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆଯାଇଛି । ଜନସାଧାରଣ ଙ୍କ କହିବାନୁଯାଇ ଗୋଟିଏ ଟ୍ରକ କୁ ଓଭରଟେକ କରି କାର ଟି ବାଇକ କୁ ଧକ୍କା ଦେଇଥିଲା!ଘଟଣା ସ୍ଥଳରୁ କାର ଚାଳକ ଫେରାର ହୋଇଛି!ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇ ଗାଡିକୁ ଜବଦ କରି ତଦନ୍ତ ଜାରିରଖିଛି।
Facebook Notice for EU!
You need to login to view and post FB Comments!