ବରୀ, ୨୩/୦୩ (ସ୍ନେହଂଶୁ ଶେଖର ମହାନ୍ତି ) ଦୀର୍ଘ ଦିନର ଦ୍ୱନ୍ଦର ଅବସାନ ଘଟିଛି ବରୀ ବିଜେପିରେ । ସବୁ କଳ୍ପନା ଜଳ୍ପନା ପରେ ବରୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ବିଶ୍ୱ ରଂଜନ ମଲ୍ଲିକ ଦଳୀୟ ଟିକେଟ ପାଇବା ପରେ ଆଜି ବରୀ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ବିଗତ ଦିନରେ ବରୀ ବିଜେପିର ମାର୍ଗ ଦର୍ଶକ ସାଜିଥିବା ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ଓବିସି ସେଲ୍ର ଉପ ସଭାପତି ଆଶୁତୋଷ ପରିଡାଙ୍କୁ ନିରାଶ ହେବାକୁ ପଡିଛି । ଆଜି ବରୀ ବିଜେପିର ଶହଶହ କର୍ମୀ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୂଳାପାଳ ଛକରୁ ଶ୍ରୀ ମଲ୍ଲିକଙ୍କୁ ସ୍ୱାଗତ କରିଛନ୍ତି ।
ଏକ ବିରାଟ ପଟୁଆରେ ବରୀ ନିର୍ବାଚନ ମଣ୍ଡଳୀ କର୍ମୀମାନେ ପାଛୋଟି ଆଣିବା ସହିତ ଆଗାମୀ ଦିନରେ ବରୀ ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟିବ ବୋଲି ନାରାବାଜୀ କରୁଥିବାର ଦେଖିବାକୁ ମିଳିଥିଲା । ଉକ୍ତ ସ୍ୱାଗତ ଶୋଭାଯାତ୍ରାରେ ବିଜେପି ସମର୍ଥିତ ବରୀ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସ ଅନୁପସ୍ଥିତ ରହିଥିଲାବେଳେ ଉପାଧକ୍ଷ ରମେଶ ଚନ୍ଦ୍ର ଭଂଜ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ବରୀ ବ୍ଲକ ଅଧ୍ୟକ୍ଷାଙ୍କ ଅନୁପସ୍ଥିତ ପରବତ୍ତି ଅବସ୍ଥାରେ ତାଙ୍କ ପ୍ରତି ବୁମେରାଂଗ ହେବ ବୋଲି ସାଧାରଣରେ ଆଲୋଚିତ ହେଉଥିବା ଓ ଆଜି ବରୀ ବ୍ଲକର ବିଜେପି ଦଳର ବିଭିନ୍ନ କର୍ମ କର୍ତ୍ତାମାନେ ବିଶ୍ୱକୁ ସ୍ୱାଗତ କରିବା ଘଟଣା ବିଶ୍ୱ ମହଲକୁ ଉତ୍ସାହିତ କରିବା ଦେଖିବାକୁ ମିଳିଛି

ଟିକେଟ ହାତେଇବା ପରେ ବିଶ୍ୱଙ୍କୁ ସ୍ୱାଗତ କଲା ଯାଜପୁର ବରୀ ବିଜେପି
Facebook Notice for EU!
You need to login to view and post FB Comments!
Was bedeutet, dass Sie erhalten, genießen als langsam während müssen oder schnell as.