ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ବିରୁଦ୍ଧରେ ଆଭିମୁଖ୍ୟକୁ ଆହୁରି କଠୋର କଲେ କେନ୍ଦ୍ର ସରକାର। ବିଚ୍ଛିନ୍ନତାବାଦୀ ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା JKLFକୁ ନିଷିଦ୍ଧ ଘୋଷଣା କରାଯାଇଛି।ଆତଙ୍କବାଦ ନିରୋଧ ଆଇନ ଅନ୍ତର୍ଗତ କେନ୍ଦ୍ର ଏହି ପଦକ୍ଷେପ ନେଇଛି। JKLF ବିଭିନ୍ନ ସମୟରେ ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ ସହଯୋଗ କରିବାର ଅଭିଯୋଗ ରହିଛି। ଜମାତ୍ -ଏ-ଇସ୍ଲାମୀ ପରେ ମାସକ ଭିତରେ ଦ୍ୱିତୀୟ ବିଚ୍ଛିନ୍ନବାଦୀ ସଂଗଠନ ଭାବେ JKLFକୁ ବ୍ୟାନ୍ କରାଯାଇଛି।
